ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରେ ଜନୈକ ଅଧିକାରୀ ଦୀର୍ଘ ବର୍ଷ ଧରି ଦୁଇ ଗୋଟି ବ୍ଲକର ଦାୟିତ୍ଵ ନିର୍ବାହ କରି ଆସୁଥିବା ଆଜିକାଲି ରେ ଖବର ପ୍ରକାଶ ପାଇଥିଲା।ପରେ ଉପରୋକ୍ତ ଅଧିକାରୀଙ୍କୁ ଜିଲ୍ଲା କୃଷି ଅଧିକାରୀ ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ଦୁଇଟି ବ୍ଲକର ଦାୟିତ୍ଵରେ ଥିବା ବରୁଣ ଧାନପୌଲଙ୍କୁ ଅତିରିକ୍ତ ଦାୟିତ୍ଵ ଥିବା ନବରଙ୍ଗପୁର ଦାୟିତ୍ୱରୁ ପତ୍ର ସଂଖ୍ୟା ୧୮୦୪/୨୩ ରେ ମୁକ୍ତ କରିଥିଲେ। ଉକ୍ତ ଅଧିକାରୀଙ୍କୁ ନବରଙ୍ଗପୁର ବ୍ଲକରୁ ମୁକ୍ତ କରି ତେନ୍ତୁଳିଖୁଣ୍ଟି କୃଷି ବିଭାଗ ତୁଲାଇବା ପାଇଁ ନିର୍ଦ୍ଦେଶ ଦେବା ପରେ ମଧ୍ଯ ନବରଙ୍ଗପୁର ବ୍ଲକ୍ କୃଷି ବିଭାଗରେ ଆସିଷ୍ଟାଣ୍ଟ ବ୍ଲକ୍ କୃଷି ଅଧିକାରୀ ସଂଗ୍ରାମ ଭୂମିଆଙ୍କୁ ବ୍ଲକ୍ ଏଗ୍ରୀକଲଚର୍ ଓଫିସର ଭାବେ ଜିଲ୍ଲା କୃଷି ଅଧିକାରୀ ଦାୟିତ୍ଵ ଅର୍ପଣ କରିଥିଲେ। ବରୁଣ ଧାନପାଲ୍ ନୂତନ ନିଯୁକ୍ତ କୃଷି ଅଧିକାରୀଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ କୁନ୍ଥୁ କୁନ୍ଥୁ ହେଉଥିବା ଜଣା ପଡ଼ିଛି। ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବାରୁ ବ୍ଲକ୍ ରେ ବହୁ ଉନ୍ନୟନ ମୂଳକ କାର୍ଯ୍ଯ ପଡ଼ି ରହୁଛି। ବର୍ଷା ମାସ ଉପନୀତ ହେବା ପରେ କୃଷି ବିଭାଗ କାର୍ଯ୍ୟାଳୟରେ ଅନେକ ଚାଷୀ ହିତାଧିକାରୀଙ୍କ କାର୍ଯ୍ଯ ନ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି ।ଫଳରେ ନବରଙ୍ଗପୁର ବ୍ଲକ କୃଷି ଅଧିକାରୀ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ଯ ବିଭାଗୀୟ କାର୍ଯ୍ୟ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ନୂତନ ଭାବେ ନିଯୁକ୍ତ ବ୍ଲକ୍ କୃଷି ଅଧିକାରୀ। ପୂର୍ବରୁ ଏହି ବ୍ଲୋକରେ କର୍ମଚାରୀ ଅଭାବ ଦେଖା ଦେଇଥିବା ବ୍ଲକ୍ ରେ ଦାୟୀତ୍ବ ହସ୍ତାନ୍ତର ନାଟକ ଅସୁବିଧାକୁ ଦ୍ଵିଗୁଣିତ କରୁଛି ବୋଲି କୃଷକ ମହଲରେ ଚର୍ଚ୍ଚା ହେଉଛି। ଦାୟୀତ୍ବ ହସ୍ତାନ୍ତର ପାଇଁ ଅଧିକାରୀ ନିର୍ଦ୍ଦେଶ ଦେବାର ପ୍ରାୟ ଏକ ମାସ ବିତି ଯାଇଥିଲେ ମଧ୍ୟ ଚାର୍ଜ ହସ୍ତାନ୍ତର ନ କରି ଅଧିକାରୀ ନିର୍ଦ୍ଦେଶ ଅବମାନନା କରି ଚାଲିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ହସ୍ତାନ୍ତର ପଛରେ ଅଧିକାରୀ ବ୍ୟସ୍ଥତା ନା ତ୍ରୁଟିପୂର୍ଣ୍ଣ ଫାଇଲକୁ ସଜାଡ଼ିବା ପାଇଁ ସମୟ ନେଉଛନ୍ତି ତାହା ଜଣା ପଡୁନାହିଁ ବୋଲି କୃଷକ ସମାଜ ପକ୍ଷରୁ ସନ୍ଦେହ ପ୍ରକାଶ ପାଉଛି।
July 2, 2023
0 Comment
267 Views
ନବରଙ୍ଗପୁର କୃଷି ଅଧିକାରୀ ଦାୟିତ୍ଵ ମୁକ୍ତ ପରେ ଦାୟିତ୍ଵ ହସ୍ତାନ୍ତର ପାଇଁ କୁନ୍ଥୁକୁନ୍ଥୁ
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟରେ ଜନୈକ ଅଧିକାରୀ ଦୀର୍ଘ ବର୍ଷ ଧରି ଦୁଇ ଗୋଟି ବ୍ଲକର ଦାୟିତ୍ଵ ନିର୍ବାହ କରି ଆସୁଥିବା ଆଜିକାଲି ରେ ଖବର ପ୍ରକାଶ ପାଇଥିଲା।ପରେ ଉପରୋକ୍ତ ଅଧିକାରୀଙ୍କୁ ଜିଲ୍ଲା କୃଷି ଅଧିକାରୀ ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ଦୁଇଟି ବ୍ଲକର ଦାୟିତ୍ଵରେ ଥିବା ବରୁଣ ଧାନପୌଲଙ୍କୁ ଅତିରିକ୍ତ ଦାୟିତ୍ଵ ଥିବା ନବରଙ୍ଗପୁର ଦାୟିତ୍ୱରୁ ପତ୍ର ସଂଖ୍ୟା ୧୮୦୪/୨୩ ରେ ମୁକ୍ତ କରିଥିଲେ। ଉକ୍ତ ଅଧିକାରୀଙ୍କୁ ନବରଙ୍ଗପୁର ବ୍ଲକରୁ ମୁକ୍ତ... Read More