ଲକାତା: ଇଡେନ ଗାର୍ଡେନରେ ଖେଳା ଯାଉଥିବା ବିଶ୍ଵକପ୍ର ଏକ ମୁକାବିଲାରେ ନେଦରଲ୍ୟାଣ୍ଡ୍ସ ନିର୍ଦ୍ଧାରିତ ଓଭରରେ ୨୨୯ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଅଧିନାୟକ ସ୍କଟ୍ ଏଡଓ୍ଵାର୍ଡ୍ସ ୬୮ରନର ଇନିଂସ ଖେଳିଥିବା ବେଳେ ଓ୍ଵିସଲି ବାରେସି ୪୧ ରନ କରିଛନ୍ତି। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ୩୫ ରନର ଉପଯୋଗୀ ପାଳି ଖେଳିଛନ୍ତି। ବାଂଲାଦେଶ ସମ୍ମୁଖରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଛି। ବାଂଲାଦେଶ ପକ୍ଷରୁ ବୋଲିଂରେ ମୁସ୍ତାଫିଜୁର ରେହମାନ ଓ ତସ୍କିନ ଅହମ୍ମଦ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି ଏହି ମ୍ୟାଚ୍ ହାରିବା ଦଳ ଚଳିତ ବିଶ୍ଵକପ୍ରୁ ବିଦା ହେବ। ଉଲ୍ଲେଖନୀୟ ଚଳିତ ବିଶ୍ଵକପରେ ଇଡେନ ଗାର୍ଡେନରେ ପ୍ରଥମ ମ୍ୟାଚ୍ ଖେଳାଯାଉଛି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡ୍ସକୁ ଆରମ୍ଭରୁ ଝଟକା ଲାଗିଥିଲା। ଦଳୀୟ ସ୍କୋର ୩ ରନରେ ବିକ୍ରମଜିତ ସିଂ(୩) ଆଉଟ୍ ହୋଇଥିଲେ। ପୁଣି ୪ ରନ ସ୍କୋରେ ମ୍ୟାକ୍ସ ଓଦାଉଡ ଖାତା ଖୋଲି ପାରି ନ ଥିଲେ। ଏହାପରେ ବରେସି ଓ ଆକରମନ ତୃତୀୟ ଓ୍ଵିକେଟ୍ ପାଇଁ ୫୯ ରନ ଯୋଡ଼ିଥିଲେ। ଭଲ ବ୍ୟାଟିଂ କରୁଥିବା ବରେସି ୪୧ ବଲ୍ରୁ ୮ ଚୌକା ସହ ୪୧ ରନ କରିଥିଲେ। ସ୍ଥିତି ସମ୍ଭାଳିବା ବେଳକୁ ନେଦରଲ୍ୟାଣ୍ଡ୍ସ ପୁଣି ଥରେ ଓ୍ଵିକେଟ୍ ହରାଇଥିଲା। ବାସ୍ ଡି ଲିଡେ(୧୭) ମଧ୍ୟ କ୍ରିଜରେ ତିଷ୍ଠି ପାରି ନ ଥିଲେ। ୧୦୭ ରନ ଭିତରେ ଡଚ୍ ଟିମ ନିଜର ଅଧା ଓ୍ଵିକେଟ୍ ହରାଇଥିଲା। ସିବ୍ରାଣ୍ଡ ଏଙ୍ଗେଲବ୍ରେଚ ମଧ୍ୟକ୍ରମରେ ୩୫ ରନ କରିଥିଲେ। ଅନ୍ୟପଟେ କ୍ରିଜରେ ଗୋଟିଏ ପାର୍ଶ୍ଵରେ ଥିବା ଅଧିନାୟକ ସ୍କଟ ଏଡଓ୍ଵାର୍ଡ୍ସ ଅର୍ଦ୍ଧଶତକୀୟ ଇନିଂସଖେଳିଥିଲେ। ସେ ୬୮ ରନ କରି ପାଭିଲିୟନ ଫେରିଥିଲେ। ଭାନ ବିକ ୨୩ ରନ କରି ଅପରାଜିତ ଥିଲେ। ଶେଷରେ ନେଦରଲ୍ୟାଣ୍ଡ୍ସ ୫୦ ଓଭରରେ ୨୨୯ ରନରେ ଅଲଆଉଟ୍ ହୋଇଥିଲା।
ବୋଲିଂରେ ମୁସ୍ତାଫିଜୁର ରେହମାନ୧୦ ଓଭରରେ ମାତ୍ର ୩୬ ରନ ଦେଇ ୨ଟି ସଫଳତା ହାସଲ କରିଛନ୍ତି। ତାଙ୍କ ସହ ତସ୍କିନ ଅହମ୍ମଦ, ସରିଫୁଲ ଇସଲାମ ଓ ମେହଦି ହାସନ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।