କେନ୍ଦୁଝର,୧୬ା୧୨ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ ଙ୍କ ସଭାପତିତ୍ବରେ ଉଦଘାଟନୀ ସଭା ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବିଶେଷଜ୍ଞ ଡା: ରଶ୍ମିରଞ୍ଜନ ଭଞ୍ଜ ଯୋଗଦେଇ କିପରି ସୁସ୍ଥ ଓ ନିରାୟମ ଜୀବନ ଆପଣେଇହେବ ସେ ବିଷୟରେ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ସେହିପରି କୈାଣସି ଅନ୍ଧ ବିଶ୍ବାସ ଓ ଭାଗ୍ୟ ରେଖାରେ ବିଶ୍ବାସ ନକରି ନିଜନିଜର କର୍ତ୍ତବ୍ୟ ରେ ମନୋନିବେଶ କଲେ ସଫଳତା ମିଳିପାରିବ ବୋଲି କହିଥିଲେ । ସମ୍ମାନିତ ଅତିଥି ସମାଜସେବୀ ଶ୍ରୀମତୀ ଧରିତ୍ରୀ ରାଉତ ଯୋଗଦେଇ ପାଠପଢା ସହିତ କିଛି ସାମାଜିକ କାର୍ଯ୍ୟ କରିବା ପାଇଁ ଛାତ୍ରଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଯୋଗ ଶିକ୍ଷକ ଶ୍ରୀ କ୍ଷୀରୋଦ ଚନ୍ଦ୍ର ଘଡେଇ ସମସ୍ତ ପିଲାମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏହି ଉଦଘାଟନୀ ଦିବସରେ ସୁସ୍ଥ ଜୀବନଶୈଳୀ ଓ ଯୋଗ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୋଡାଲ ଅଫିସର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରକାଶ କୁମାର ଆଚାର୍ଯ୍ୟ ସୂଚନା ଦେଇ ଡିସେମ୍ବର ୬ରୁ ୨୦ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ ବୋଲି କହିଥିଲେ । ଅଧ୍ୟାପକ ସଂଗ୍ରାମ କେଶରୀ ବେହେରା ମଞ୍ଚ ପରିଚାଳନା କରିଥିବାବେଳେ ଅଧ୍ୟାପକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅମୀୟ ସାମନ୍ତରା,ନାରାୟଣ ସାହୁ,ତୁଳସୀ ଚରଣ ମହାନ୍ତ,ଗିରିଶ ଚନ୍ଦ୍ର ରାଉତ,ସତ୍ୟବ୍ରତ ବାରିକ,ଅଧ୍ୟାପିକା ସ୍ମୃତି ବାନାର୍ଜି,ନିରୁପମା ଦାସ,ସ୍ନିଗ୍ଧା ଦାସ ସମେତ ସମସ୍ତ କର୍ମଚାରୀଗଣ ସହଯୋଗ କରିଥିଲେ।
December 16, 2023
0 Comment
128 Views
ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପ କାର୍ଯ୍ୟକ୍ରମ
କେନ୍ଦୁଝର,୧୬ା୧୨ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ସନ୍ତୋଷୀ ମା’ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ କାର୍ଯ୍ୟ ଓ କ୍ରିୟାକଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହୁ ଙ୍କ ସଭାପତିତ୍ବରେ ଉଦଘାଟନୀ ସଭା ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବିଶେଷଜ୍ଞ ଡା: ରଶ୍ମିରଞ୍ଜନ ଭଞ୍ଜ ଯୋଗଦେଇ କିପରି ସୁସ୍ଥ ଓ ନିରାୟମ ଜୀବନ ଆପଣେଇହେବ ସେ ବିଷୟରେ ପିଲାମାନଙ୍କୁ ଉଦବୋଧନ... Read More