କେନ୍ଦୁଝର, ୧୫ା୧୨ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ସ୍ଥିତ ସନ୍ତୋଷୀ ମା’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶୁକ୍ରବାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସାଂସ୍କୃତିକ ପ୍ରତିଯୋଗୀତା ଉଦ୍ ଯାପିତ ହୋଇଯାଇଛି।ଏହି ଅବସର ରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହ୍ମ ସଭାପତିତ୍ବ କରିଥିଲେ।ଉଦ୍ ଯାପନୀ ଉତ୍ସବରେ ସଦର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ପାଠ ସହିତ ବିଭିନ୍ନ କ୍ଷେତ୍ର ରେ ପାରିଦର୍ଶିତା ଲାଭ କରି ଅନୁଷ୍ଠାନ ଓ କେନ୍ଦୁଝର ଜିଲ୍ଲା କୁ ରାଜ୍ୟ ସ୍ତର ରେ ଗୈାରବାନ୍ବିତ କରିବା ପାଇଁ ଅହ୍ବାନ ଦେଇଥିଲେ।ସମ୍ମାନୀତ ଅତିଥି ନେଲୁଙ୍ଗ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମଣୀ ସିଂହ ଯୋଗଦେଇ ସରକାର ଙ୍କ ଏହି ଯୋଜନା ଙ୍କୁ ପ୍ରଶଂସା କରିବା ସହିତ ଏହା ଦ୍ବାରା ପିଲାମାନଙ୍କର ଅନ୍ତନିର୍ହିତ ଗୁଣାବଳୀର ବିକାଶ ହୋଇ ପାତିବ ବୋଲି କହିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ସମାଜସେବୀ ଶ୍ରୀଯୁକ୍ତ ବିବେକାନନ୍ଦ ମହାନ୍ତ ଯୋଗଦେଇ ପିଲାମାନଙ୍କୁ ବୃହତ୍ତଉପାଦେୟ ସଂମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ।ଆୟୋଜିତ ସଭାକୁ ସାଂସ୍କୃତିକ ବିଭାଗର ମୁଖ୍ୟ ଅଧ୍ୟାପିକା ସ୍ମୃତି ବାନାର୍ଜି ପରିଚାଳନା କରିଥିବାବେଳେ ଅଧ୍ୟାପକ ଶ୍ରୀଯୁକ୍ତ ସତ୍ୟବ୍ରତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ତିନିଦିନ ଧରି ଚାଲିଥିବା ସଂସ୍କୃତିକ ପ୍ରତିଯୋଗୀତାରେ ନୃତ୍ୟ,ସଂଙ୍ଗୀତ,ଫେସନସୋ,କଷ୍ଠ୍ୟୁମ୍,ରୋଷେଇ ପ୍ରଦର୍ଶନ,ବକୃତା ଓ ସୃଜନଶୀଳ ଲେଖନ ପ୍ରଭୃତି ପ୍ରତିଯାେଗୀତା ରେ କୃତିତ୍ବ ଅର୍ଜନ କରିଥିବା ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ ମାନପତ୍ର ଏଵଂ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ତିନିଦିନ ଧରି ଆନନ୍ଦ ଉଲ୍ଲାସ ରେ ଉପଭଗ କରିଥିଲେ।ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧ୍ୟାପକ ନାରାୟଣ ସାହୁ ପରିଚାଳନା କରିଥିଲେ।ଅଧ୍ୟାପକ ଅମିୟ ସାମନ୍ତରା,ପ୍ରକାଶ କୁମାର ଆଚାର୍ଯ୍ୟ,ତୁଳସୀ ଚରଣ ମହାନ୍ତ,ସଂଗ୍ରାମ କେଶରୀ ବେହେରା,ଅଶୋକ କୁମାର ସାହୁ,ଗିରିଶ ଚନ୍ଦ୍ର ରାଉତ,ଅଧ୍ୟାପିକା ନିରୁପମା ଦାସ,ସ୍ନିଗ୍ଧା ଦାସ ସମେତ ସମସ୍ତ କର୍ମଚାରୀଗଣ ସଂକ୍ରିୟ ସହଯୋଗ କରିଥିଲେ।
December 15, 2023
0 Comment
138 Views
ନୂଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍ ଯାପିତ
କେନ୍ଦୁଝର, ୧୫ା୧୨ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାଡବେଲଦା ସ୍ଥିତ ସନ୍ତୋଷୀ ମା’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶୁକ୍ରବାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ସାଂସ୍କୃତିକ ପ୍ରତିଯୋଗୀତା ଉଦ୍ ଯାପିତ ହୋଇଯାଇଛି।ଏହି ଅବସର ରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ସାହ୍ମ ସଭାପତିତ୍ବ କରିଥିଲେ।ଉଦ୍ ଯାପନୀ ଉତ୍ସବରେ ସଦର ବିଧାୟକ ତଥା ବିରୋଧି ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ପାଠ ସହିତ ବିଭିନ୍ନ କ୍ଷେତ୍ର ରେ... Read More