ନୂଆଦିଲ୍ଲୀ:ଅନଲାଇନ୍ କାରବାର ବେଳେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଆଜିଠାରୁ ନୂଆ ଟୋକେନ୍ (ୟୁନିକ ନମ୍ବର) ସିଷ୍ଟମ ଆରମ୍ଭ କରିଛି ।
ଅକ୍ଟୋବର ୧ରୁ ଲାଗୁ ଏହି ନୂଆ ନିୟମର ଜଟିଳତା ଯୋଗୁଁ ବଡ଼ ବ୍ୟବସାୟୀମାନଙ୍କ ଅପେକ୍ଷା ଛୋଟ ବ୍ୟବସାୟୀ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଏଭଳି ପରିସ୍ଥିତିରେ ଛୋଟ ବ୍ୟବସାୟୀମାନେ ଆଶା କରିଥିଲେ ଯେ ଏହି ନୂଆ ସିଷ୍ଟମ ସହ ପରିଚିତ ହେବାକୁ ପ୍ରସ୍ତୁତି ପାଇଁ ଆରବିଆଇ ସେମାନଙ୍କୁ ଅଧିକ ସମୟ ଦେବ। କିନ୍ତୁ ଆରବିଆଇ ଏନେଇ ସମୟସୀମା ବଢ଼ାଇବା କୌଣସି ସମ୍ଭାବନା ନାହିଁ ।
ନୂଆ ସିଷ୍ଟମ ଅନୁଯାୟୀ, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସୂଚନାକୁ ଗୋପନୀୟ ଓ ସୁରକ୍ଷିତ ରଖିବା ପାଇଁ ଆଲଗୋରିଦମିକ୍ ଭାବେ ଦିଆଯାଇଥିବା ଟୋକେନ୍ (ୟୁନିକ ନମ୍ବର)ର ସାହାରା ନିଆଯିବ | ଏହା ଦ୍ବାରା କାର୍ଡର ସୂଚନା ଅନ୍ୟ କାହା ପାଖକୁ ଯାଇପାରିବ ନାହିଁ |
ଯଦିଓ ଆରବିଆଇ ପ୍ରଥମ ଥର ପାଇଁ ୨୦୧୯ରେ ଏହି ସିଷ୍ଟମ ଆରମ୍ଭ କରିଥିଲା, କିନ୍ତୁ ଏହାର କାର୍ଯ୍ୟକାରୀ ନେଇ ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ସମୟସୀମାକୁ ଅନେକ ଥର ବୃଦ୍ଧି କରିବାକୁ ପଡ଼ିଥିଲା। ଏହା ପରେ ଆରବିଆଇ ଦେଶର ସବୁ କମ୍ପାନୀକୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡର ସୂଚନା ସେଭ୍ କରିବାକୁ ନିର୍ଦ୍ଦେଶ ଦେଇଥିଲା।

October 1, 2022
0 Comment
572 Views
କ୍ରେଡିଟ୍ ଓ ଡେବିଟ୍ କାର୍ଡ ଦ୍ଵାରା ଅନଲାଇନ୍ କାରବାର ପାଇଁ ଆଜିଠାରୁ ନୂଆ ଟୋକେନ୍ ନିୟମ ଲାଗୁ
ନୂଆଦିଲ୍ଲୀ:ଅନଲାଇନ୍ କାରବାର ବେଳେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଆଜିଠାରୁ ନୂଆ ଟୋକେନ୍ (ୟୁନିକ ନମ୍ବର) ସିଷ୍ଟମ ଆରମ୍ଭ କରିଛି । ଅକ୍ଟୋବର ୧ରୁ ଲାଗୁ ଏହି ନୂଆ ନିୟମର ଜଟିଳତା ଯୋଗୁଁ ବଡ଼ ବ୍ୟବସାୟୀମାନଙ୍କ ଅପେକ୍ଷା ଛୋଟ ବ୍ୟବସାୟୀ ଅଧିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ଏଭଳି ପରିସ୍ଥିତିରେ ଛୋଟ ବ୍ୟବସାୟୀମାନେ ଆଶା କରିଥିଲେ ଯେ ଏହି ନୂଆ ସିଷ୍ଟମ ସହ ପରିଚିତ ହେବାକୁ... Read More