ନବରଙ୍ଗପୁର, (ସରୋଜ କୁମାର ବେହେରା)ଚଳିତ ବର୍ଷ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ଥର ପାଇଁ ଏକ କାଳୀନ ଯୁବ କଂଗ୍ରେସର ନିର୍ବାଚନ କରା ଯାଇଥିଲା। ଭାରତର ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଓ ବିଧାନସଭା ସଭାପତି ମାନଙ୍କୁ ଭୋଟ ମାଧ୍ୟମରେ ନିର୍ବାଚିତ ହେବାକୁ ପଡିଥିଲା। ୩୫ ବର୍ଷରୁ କମ ବୟସର ଯୁବକ ନିଜର ଭୋଟ କାର୍ଡ ମାଧ୍ୟମରେ ସିଧା ସଳଖ ଅନଲାଇନ ଦ୍ୱାରା ଭୋଟ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ଯୁବ କଂଗ୍ରେସ ସଭାପତି ପାଇଁ କେବଳ ଜଣେ ମାତ୍ର ନାମାଙ୍କର ପତ୍ର ଦାଖଲ କରି ସୁଶ୍ରୀ ଲିପିକା ମାଝୀ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଉମରୋକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ବିଧାନସଭା ପାଇଁ ହୋଇଥିବା ବିଧାନସଭା କ୍ଷେତ୍ରିୟ ଯୁବ କଂଗ୍ରେସ ସଭାପତି ମାନେ ନିର୍ବାଚନ ଲଢ଼ିଥିଲେ ଏବଂ ଶ୍ରୀ ଲାଲ ସର୍ବାଧିକ ଭୋଟ ପାଇଥିଲେ। ମୋଟ ୧୮୦୬ ଭୋଟ ପଡିଥିଲା ବେଳେ ସେଥି ମଧ୍ୟରୁ ତାଙ୍କ ସପକ୍ଷରେ ୧୭୯୫ ଭୋଟ ପଡିଥିଲା ଏବଂ ୩ ଗୋଟି ଭୋଟ ନୋଟା ରେ ପଡିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦିଙ୍କୁ ୮ ଗୋଟି ଭୋଟ ରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ସବୁଠାରୁ ବଡ଼ କଥା ଓଡ଼ିଶାର ୧୪୭ ବିଧାନସଭା କ୍ଷେତ୍ରରୁ ସର୍ବାଧିକ ଭୋଟ ପାଇଥିବା ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରୁ ସୁରଜ ଲାଲ ହେଉଛନ୍ତି ଜଣେ। ସୁରଜ ଲାଲ ନିଜର ରାଜନୈତିକ ଜୀବନ ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରିଥିଲେ।ପରବର୍ତୀ ସମୟରେ ଶ୍ରୀ ମାଝୀଙ୍କ ଦଳ ପରିବର୍ତ୍ତନ ପରେ, ସୁରଜ ଲାଲ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା ସୋସିଆଲ ମିଡ଼ିଆ ଦାୟିତ୍ୱ ନେଲେ। ତାଙ୍କ ବିଭିନ୍ନ ସାଙ୍ଗଠାନିକ ପାରଦର୍ଶିତା ଦେଖି ଜିଲ୍ଲା କଂଗ୍ରେସ ବିଭିନ୍ନ ଗୁରୁ ଦାୟିତ୍ୱ ଦେଇଥିଲା। ଗତକାଲି ଏହି ଖବର ନୂଆଦିଲ୍ଲୀ ଯୁବ କଂଗ୍ରେସ କାର୍ଯ୍ୟାଳୟ ଠାରୁ ପ୍ରକାଶିତ ହେବା ପରେ ଯୁବକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ପରିଲକ୍ଷିତ ହୋଇଛି। ଏଥିପାଇଁ ସେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟନାୟକ, ଜୟପୁର ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି, ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ଶ୍ରୀ ସଦନ ନାୟକ ଓ ଶ୍ରୀ ଭୁଜବଳ ମାଝି, ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୫ ଗୋଟି ପି.ସି.ସି ସଭ୍ୟ ଶ୍ରୀମତୀ ମନୀଷା ତ୍ରିପାଠୀ, ଶ୍ରୀ ଦିଲୀପ ପ୍ରଧାନୀ, ଶ୍ରୀ ଦିଲିପ କୁମାର ବେହେରା, ଶ୍ରୀ ସଂଜୀବ ବିଷୋୟୀ, ଅଗ୍ନିପୁର ସରପଞ୍ଚ ଶ୍ରୀ ଦିବାକର ପୂଜାରୀ ଏବଂ ୫ ଗୋଟି ବ୍ଲକ ସଭାପତି ଶ୍ରୀ ପ୍ରହ୍ଲଲାଦ ହିଆଲ, ଶ୍ରୀ ବୃନ୍ଦାବନ ତ୍ରିପାଠୀ, ଶ୍ରୀ, ପ୍ରଦୀପ ସାହୁ, ଶ୍ରୀ ଅବଦୁଲ ଫିରଜ଼ ଓ ପଛୁଆ ବର୍ଗ ଜିଲ୍ଲା ସଭାପତି ଶ୍ରୀ ପଦ୍ମନ ବିଷୋୟୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ସୁରଜ ଲାଲ ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଥିବା ହେତୁ ଏହା କଂଗ୍ରେସ ଦଳ ପାଇଁ ଶୁଭଙ୍କର ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମୁନ୍ନା ତ୍ରିପାଠୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
July 27, 2023
0 Comment
264 Views
ରାଜ୍ୟରେ ସର୍ବାଧିକ ଭୋଟରେ ସୁରଜ ଲାଲ ହେଲେ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି
ନବରଙ୍ଗପୁର, (ସରୋଜ କୁମାର ବେହେରା)ଚଳିତ ବର୍ଷ ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ଥର ପାଇଁ ଏକ କାଳୀନ ଯୁବ କଂଗ୍ରେସର ନିର୍ବାଚନ କରା ଯାଇଥିଲା। ଭାରତର ବିଭିନ୍ନ ରାଜ୍ୟର ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଓ ବିଧାନସଭା ସଭାପତି ମାନଙ୍କୁ ଭୋଟ ମାଧ୍ୟମରେ ନିର୍ବାଚିତ ହେବାକୁ ପଡିଥିଲା। ୩୫ ବର୍ଷରୁ କମ ବୟସର ଯୁବକ ନିଜର ଭୋଟ କାର୍ଡ ମାଧ୍ୟମରେ ସିଧା ସଳଖ ଅନଲାଇନ ଦ୍ୱାରା ଭୋଟ ଦେଇଥିଲେ। ନବରଙ୍ଗପୁର ଜିଲ୍ଲାର ଜିଲ୍ଲା... Read More