କେନ୍ଦୁଝର, ତା ୩୦. ୧୨. ମିଳିତ ଅଭିଯୋଗ ଶୁଣାଣୀ ୨୦୨୪ ମସିହା ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । ତା ୦୧.୦୧.୨୦୨୪ ରିଖ ସୋମବାର ଦିନ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦରବାରହଲ୍ଠାରେ, ତା ୦୮.୦୧.୨୦୨୪ ରିଖ ସୋମବାର ଦିନ ଚଂପୁଆ ବ୍ଲକ୍ କାର୍ଯ୍ୟାଳୟଠାରେ ତା ୧୬.୦୧.୨୦୨୪ ରିଖ ମଙ୍ଗଳବାର ଦିନ ସାହାରପଡା ବ୍ଲକ୍
କାର୍ଯ୍ୟାଳୟଠାରେ, ତା ୨୨.୦୧.୨୦୨୪ରିଖ ସୋମବାର ଦିନ ଘସିପୁରା ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ତା ୨୯.୦୧.୨୦୨୪ରିଖ ସୋମବାର ଦିନ ଯୋଡା ବ୍ଲକ୍ କାର୍ଯ୍ୟାଳୟଠାରେ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଏହି ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସଂପର୍କରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଶିଷ ଠାକ୍ରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ
କାର୍ଯ୍ୟସୂଚୀ ଅନୁଯାୟୀ ଅଭିଯୋଗ ଶୁଣାଣୀ ସ୍ଥାନମାନଙ୍କରେ ଚିକିତ୍ସା, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଶ୍ରମ,ଉଠାଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଯୋଗାଣ ବିଭାଗ, ଜଳଛାୟା ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ଆଶିଷ ଠାକରେ ନିର୍ଦେଶ ଦେଇଛନ୍ତି ।
December 30, 2023
0 Comment
145 Views
କେନ୍ଦୁଝର : ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପ୍ରକାଶ ପାଇଲା
କେନ୍ଦୁଝର, ତା ୩୦. ୧୨. ମିଳିତ ଅଭିଯୋଗ ଶୁଣାଣୀ ୨୦୨୪ ମସିହା ଜାନୁଆରୀ ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ କାର୍ଯ୍ୟକ୍ରମ ପ୍ରକାଶ ପାଇଛି । ତା ୦୧.୦୧.୨୦୨୪ ରିଖ ସୋମବାର ଦିନଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦରବାରହଲ୍ଠାରେ, ତା ୦୮.୦୧.୨୦୨୪ ରିଖ ସୋମବାର ଦିନ ଚଂପୁଆ ବ୍ଲକ୍ କାର୍ଯ୍ୟାଳୟଠାରେ ତା ୧୬.୦୧.୨୦୨୪ ରିଖ ମଙ୍ଗଳବାର ଦିନ ସାହାରପଡା ବ୍ଲକ୍କାର୍ଯ୍ୟାଳୟଠାରେ, ତା ୨୨.୦୧.୨୦୨୪ରିଖ ସୋମବାର ଦିନ ଘସିପୁରା ବ୍ଲକ୍ କାର୍ଯ୍ୟାଳୟଠାରେ ଏବଂ ତା ୨୯.୦୧.୨୦୨୪ରିଖ ସୋମବାର ଦିନ ଯୋଡା ବ୍ଲକ୍... Read More