ହାଇଦ୍ରାବାଦ: କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗି ନଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା କାମାରେଡି ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । ଶୁକ୍ରବାର କାମାରେଡି ଜିଲ୍ଲାର ପିଡିଏସ ଆଉଟଲେଟ୍ ପରିଦର୍ଶନରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ସୀତାରମଣ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପିଡିଏସ୍ ମାଧ୍ୟମରେ ଯୋଗାଣ ହେଉଥିବା ଚାଉଳର ମୂଲ୍ୟ ବିଷୟରେ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ତଥ୍ୟ ମାଗିଥିଲେ ।ମନ୍ତ୍ରୀଙ୍କ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରି ନଥିବାରୁ ସେ ଜିଲ୍ଲାପାଳଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରାଥମିକତା ଭିତ୍ତିରେ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ସୀତାରମଣ ଜିଦ୍ ଧରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଦିଆଯାଉଥିବା ପ୍ରତ୍ୟେକ କିଲୋଗ୍ରାମ ଚାଉଳ ପାଇଁ କେନ୍ଦ୍ର ସରକାର ୩୫ ଟଙ୍କା ମଧ୍ୟରୁ ୨୯ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ପିଡିଏସ୍ ଆଉଟଲେଟ୍ ଗୁଡିକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ କାହିଁକି ଲାଗି ନାହିଁ ବୋଲି ପ୍ରଶ୍ନ କରିଥିଲେ ।ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଏଭଳି ଆଚରଣ ନେଇ ସୀତାରମଣଙ୍କୁ ତେଲେଙ୍ଗାନା ମନ୍ତ୍ରୀ କେଟିଆର୍ ଟାର୍ଗେଟ କରିଛନ୍ତି । ଏହାକୁ ସେ ରାସ୍ତାରେ ରାଜନୈତିକ ତମାସା ବୋଲି କହିଛନ୍ତି । ସେହିପରି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ମୋଦିଙ୍କ ଫଟୋକୁ ନେଇ ସୀତାରମଣଙ୍କ ଏପରି ଆଚରଣକୁ ସମାଲୋଚନା କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ସୀତାରମଣଙ୍କ ଏପରି ଆଚରଣ “ଚାମଚାଗିରି”ର ଲଜ୍ଜାଜନକ ପ୍ରଦର୍ଶନ ।

September 3, 2022
0 Comment
254 Views
କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲାଗି ନଥିବାରୁ ଜିଲ୍ଲାପାଳଙ୍କ ଉପରେ ରାଗିଲେ ନିର୍ମଳା ସୀତାରମଣ
by Editor 02
ହାଇଦ୍ରାବାଦ: କଣ୍ଟ୍ରୋଲ ଦୋକାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗି ନଥିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତେଲେଙ୍ଗାନା କାମାରେଡି ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । ଶୁକ୍ରବାର କାମାରେଡି ଜିଲ୍ଲାର ପିଡିଏସ ଆଉଟଲେଟ୍ ପରିଦର୍ଶନରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ସୀତାରମଣ ଯଥାକ୍ରମେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପିଡିଏସ୍ ମାଧ୍ୟମରେ ଯୋଗାଣ ହେଉଥିବା ଚାଉଳର ମୂଲ୍ୟ ବିଷୟରେ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ତଥ୍ୟ ମାଗିଥିଲେ ।ମନ୍ତ୍ରୀଙ୍କ ପ୍ରଶ୍ନର ଠିକ୍ ଉତ୍ତର ଦେଇପାରି ନଥିବାରୁ ସେ ଜିଲ୍ଲାପାଳଙ୍କ... Read More