ନୂଆଦିଲ୍ଲୀ : ଦିଲ୍ଲୀ ଲୋଦି କଲୋନୀ ସ୍ଥିତ ମୁଖ୍ୟାଳୟର ୧୦ମହଲାରୁ ଡେଇଁ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (ରଅ)ର ଜଣେ ଓଡିଆ ଅଫିସର ଆତ୍ମହତ୍ୟା । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ତେବେ ଜଣେ ଗୁଇନ୍ଦା ଅଧିକାରୀ କାହିଁକି ଏପରି ଆତ୍ମହତ୍ୟା କଲେ । ସେନେଇ ଖୋଳତାଡ଼ ଜାରି ରହିଛି । ଅନିକେତଙ୍କ ମୃତ୍ୟୁ ପଛରେ ମାନସିକ ଅବସାଦ ନା ଆଉ କିଛି । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।
ସୂଚନା ଯେ, ଅଫିସର ଅନିକେତ କୁମାର କଟକ ଅଞ୍ଚଳର ବାସିନ୍ଦା ଥିଲେ। ସୋମବାର ସକାଳେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିବାର କିଛି ସମୟ ପରେ ସେ ଦଶମ ମହଲାରୁ ଡେଇଁ ପଡିଥିଲେ ବୋଲି କୁହାଯାଉଛି। ଅନିକେତ ଏଭଳି କାହିଁକି କଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ । ତେବେ ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ରହୁଥିବା କୁହାଯାଉଛି । ମଙ୍ଗଳବାର ଅନିକେତଙ୍କ ମୃତଦେହର ବ୍ୟବଛେଦ କରାଯିବ।