ହାଇଦ୍ରାବାଦ: ଦିନେ ହିଜାବ ପିନ୍ଧିଥିବା ଜଣେ ମୁସଲମାନ ମହିଳା ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟବାଣୀ କରିଛନ୍ତି ହାଇଦ୍ରାବାଦର ଲୋକସଭା ପ୍ରାର୍ଥୀ ତଥା ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍)ର ସଭାପତି ଅସଦୁଦ୍ଦିନ ଓୱେସି।
ଏକ ଦୈନିକ ଇଂରାଜୀ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ଅସଦୁଦ୍ଦିନ ଓୱେସିଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ଯେ ଆପଣ ଭାବୁଛନ୍ତି କି ଭାରତକୁ ଭବିଷ୍ୟତରେ ଜଣେ ମୁସଲମାନ ପ୍ରଧାନମନ୍ତ୍ରୀ ମିଳିବ? ଏହାର ଜବାବରେ ସେ କହନ୍ତି, ‘ଇନଶାଲ୍ଲାହ, ହିଜାବ ପିନ୍ଧି ଜଣେ ମହିଳା ଏହି ମହାନ ରାଷ୍ଟ୍ରର ନେତୃତ୍ୱ ନେବେ। ସମୟ ଆସିବ। ବୋଧହୁଏ ମୁଁ ସେହି ଦିନକୁ ଦେଖିବାପାଇଁ ବଞ୍ଚିବି ନାହିଁ, କିନ୍ତୁ ଇନଶାଲ୍ଲାହ ଏହା ହେବ।