କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲା ପାଚିକା ସହାୟୀକା ସଂଘ ପକ୍ଷରୁ ସହ ସହ ସଂଖ୍ୟାରେ ପାଚିକାମାନେ ଏକ ବିରାଟ ପଟୁଆରରେ ସହରର କାଳିପଡ଼ିଆ ନିକଟରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚି ଥିଲେ । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଆଠ ଦଫା ଦାବୀପତ୍ର ସଂଗଠନର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦେଇଥିଲେ । ପ୍ରମୁଖ ଦାବୀ ମଧ୍ୟରେ ପାଚିକା ସହାୟିକା ମାନଙ୍କୁ ସର୍ବନିମ୍ନ ମାସିକ ବେତନ ଟ. ୨୬୦୦୦/- ଟଙ୍କା ପ୍ରଦାନ କରାଯାଉ, ମଧ୍ୟାହ୍ନଭୋଜନ କର୍ମୀ ମାନଙ୍କୁ ବର୍ଷକୁ ୧୦ ମାସ ପରିବର୍ତେ ୧୨ ମାସର ବେତନ ଦିଆଯାଉ, ମଧ୍ୟାହ୍ନଭୋଜନ କର୍ମୀଙ୍କ ଅବସର କାଳୀନ ବୟସ ୬୨ ବର୍ଷକୁ ବୃଦ୍ଧି କରାଯାଉ, ମଧ୍ୟାହ୍ନଭୋଜନ ଯୋଜନାକୁ ସରକାର ଘରୋଇକରଣ କରିବା ବନ୍ଦ କରନ୍ତୁ ଭଳି ଦାବୀ ରହିଛି ।
August 10, 2023
0 Comment
391 Views
କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପାଚିକା ସହାୟୀକା ମାନେ
କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲା ପାଚିକା ସହାୟୀକା ସଂଘ ପକ୍ଷରୁ ସହ ସହ ସଂଖ୍ୟାରେ ପାଚିକାମାନେ ଏକ ବିରାଟ ପଟୁଆରରେ ସହରର କାଳିପଡ଼ିଆ ନିକଟରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ପହଞ୍ଚି ଥିଲେ । ଓଡ଼ିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଆଠ ଦଫା ଦାବୀପତ୍ର ସଂଗଠନର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଦେଇଥିଲେ । ପ୍ରମୁଖ ଦାବୀ ମଧ୍ୟରେ ପାଚିକା ସହାୟିକା ମାନଙ୍କୁ ସର୍ବନିମ୍ନ ମାସିକ ବେତନ ଟ. ୨୬୦୦୦/- ଟଙ୍କା... Read More