ଭବାନୀପାଟଣା – ଜୁନ୍ ୯ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶପଥ ନେଇ ଇତିହାସ ସୃଷ୍ଟି କରିବେ । ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଜୁନ ୯ ତାରିଖରେ ଦିନ ସାଢେ ୧୧ ଓ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଭବାନୀପାଟଣାରେ ବିଜେଡିର ନିର୍ବାଚନୀ ସଭାକୁ ସମ୍ବୋଧନ କରି କହିଛନ୍ତି ପାଣ୍ଡିଆନ । ଲୋକଙ୍କ ଆଶୀର୍ବାଦରେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଇତିହାସ ସୃଷ୍ଟି କରିବେ।
ବିଏସକେୱ।ଇ, ଲକ୍ଷ୍ମୀ ବସ୍ ସେବା, ମଧୁବାବୁ ପେନସନ ଯୋଜନା, କାଳିଆ ଯୋଜନା ଭଳି ଜନକଲ୍ୟାଣକାରୀ ଯୋଜନା କେବେ ବି ବନ୍ଦ କରାଯିବ ନାହଁ ବୋଲି କହିଥିଲେ ପାଣ୍ଡିଆନ। କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯଥେଷ୍ଟ ଭଲ ବୋଲି ସେ କହିଥିଲେ ।