ନୂଆଦିଲ୍ଲୀ : ଆଜି (ଶୁକ୍ରବାର) ଭାରତୀୟ ସମୟ ରାତି ୧୧ଟାରେ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ କ୍ରୀଡ଼ାକୁମ୍ଭ ଆରମ୍ଭ ହେବ। ପ୍ୟାରିସ୍ର ସୀନ୍ ନଦୀକୂଳରେ ଉଦ୍ଘାଟନ ସମାରୋହ ହେବ। ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଉଦ୍ଘାଟନ ସମାରୋହ ଷ୍ଟାଡିୟମ୍ରେ କରା ନ ଯାଇ ଖୋଲା ସ୍ଥାନରେ କରାଯାଉଛି। ଏଥିରେ ଭାଗ ନେଉଥିବା ବିଭିନ୍ନ ଦେଶର ଖେଳାଳିମାନେ ଏକ ପରେଡ୍ରେ ନେଟ୍ରେଡେମ୍, ପଣ୍ଟ ଡେସ୍ ଆର୍ଟସ୍ ଏବଂ ପଣ୍ଟ ନ୍ୟୁଫ୍ ମଧ୍ୟଦେଇ ଅତିକ୍ରମ କରିବ। ପ୍ରାୟ ୧୦୦ଟି ବୋଟ୍ରେ ୧୦ ହଜାର ୫୦୦ କ୍ରୀଡ଼ାବିତ୍ ପରେଡ୍ରେ ଅଂଶଗ୍ରହଣ କରିବେ। ସେହି ପରେଡ୍ ଅଷ୍ଟ୍ରେରଲିଜ୍ ସେତୁରୁ ଆରମ୍ଭ ହୋଇ ଆଇଫେଲ୍ ଟାୱାର ପର୍ଯ୍ୟନ୍ତ ଯିବ। ସେଠାରେ ଅଲିମ୍ପିକ୍ସ ମଶାଲ୍ ପ୍ରଜ୍ୱଳିତ କରାଯାଇ ସମାରୋହ ଆରମ୍ଭ ହେବ। ଭାରତ ପକ୍ଷରୁ ଶରତ କମଲ୍ ଏବଂ ପି.ଭି. ସିନ୍ଧୁ ଜାତୀୟ ପତାକା ବହନ କରିବେ। ପି.ଭି. ସିନ୍ଧୁ ଅଲିମ୍ପିକ୍ସରେ ୨ ଥର ବ୍ୟାଡ୍ମିଣ୍ଟନ୍ରେ ପଦକ ଜିତିଛନ୍ତି। ଭାରତୀୟ ଖେଳାଳିମାନେ ପାରମ୍ପରିକ ବେଶଭୂଷାରେ ପରେଡ୍ରେ ଭାଗ ନେବେ।
July 26, 2024
0 Comment
62 Views
ଆଜିଠାରୁ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ କ୍ରୀଡ଼ାକୁମ୍ଭ, ଭାରତର ପ୍ରତିନିଧିତ୍ୱ କରିବେ ଶରତ କମଲ୍ ଓ ପି.ଭି. ସିନ୍ଧୁ
by Editor
ନୂଆଦିଲ୍ଲୀ : ଆଜି (ଶୁକ୍ରବାର) ଭାରତୀୟ ସମୟ ରାତି ୧୧ଟାରେ ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ କ୍ରୀଡ଼ାକୁମ୍ଭ ଆରମ୍ଭ ହେବ। ପ୍ୟାରିସ୍ର ସୀନ୍ ନଦୀକୂଳରେ ଉଦ୍ଘାଟନ ସମାରୋହ ହେବ। ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ଉଦ୍ଘାଟନ ସମାରୋହ ଷ୍ଟାଡିୟମ୍ରେ କରା ନ ଯାଇ ଖୋଲା ସ୍ଥାନରେ କରାଯାଉଛି। ଏଥିରେ ଭାଗ ନେଉଥିବା ବିଭିନ୍ନ ଦେଶର ଖେଳାଳିମାନେ ଏକ ପରେଡ୍ରେ ନେଟ୍ରେଡେମ୍, ପଣ୍ଟ ଡେସ୍ ଆର୍ଟସ୍ ଏବଂ ପଣ୍ଟ ନ୍ୟୁଫ୍ ମଧ୍ୟଦେଇ ଅତିକ୍ରମ କରିବ। ପ୍ରାୟ ୧୦୦ଟି ବୋଟ୍ରେ ୧୦ ହଜାର... Read More