ବାଲିଆପାଳ : ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ବସ୍ । ବସର ଷ୍ଟିୟରିଂ ରଡ ଭାଙ୍ଗିଯିବାରୁ ଭାରସାମ୍ଯ ହରାଇ ରାସ୍ତା କଡକୁ ଗଡ଼ିଲା ।
ଆଜି ସକାଳେ ଗୁଡଲି ନାମକ ଘରୋଇ ବସ୍ ବାଲିଆପାଳରୁ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲେଶ୍ବର ଅଭିମୁଖେ ଯାଉଥିଲା । ସାର୍ଥା ବସଷ୍ଟାଣ୍ତ ନିକଟରେ ପହଞ୍ଚିବା ପରେ ଷ୍ଟିୟରିଂ ରଡ୍ ଭାଙ୍ଗି ଯିବାରୁ ବସଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଗଡି ଯାଇ ଏକ ଖାଲରେ ଅଟକି ଥିଲା । ଯାତ୍ରୀ ମାନେ ଭୟଭୀତ ହୋଇ ବସ୍ ରୁ ତଳକୁ ଓହ୍ଲାଇ ପଡି ଥିଲେ । ପରେ ବସର ମାଲିକ ଅନ୍ଯ ଏକ ବସରେ ଯାତ୍ରୀ ମାନଙ୍କୁ ଗନ୍ତବ୍ଯ ସ୍ଥଳକୁ ପଠାଇଥିବା ସୂଚନା ମିଳିଛି ।