ଭୁବନେଶ୍ବର: ଆଜି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ନିଲମ୍ବିତ କରିଛନ୍ତି। ଏହାସହିତ ତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପଦରୁ ମଧ୍ୟ ନିଲମ୍ବନ କରାଯାଇଛି।
୨୦୦୬ ଉପନିର୍ବାଚନରେ ସୁନ୍ଦରଗଡ଼ ଜିଲାର ତଳସରା ବିଧାନସଭା ଆସନରୁ ପ୍ରଫୁଲ୍ଲ ମାଝୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ କଂଗ୍ରେସ ଟିକଟରେ ସେ ୨୦୦୯ ଓ ୨୦୧୪ ନିର୍ବାଚନରେ ତଳସରା ବିଧାନସଭା ଆସନରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ଶିବିର ଛାଡ଼ି ଏହି ପୂର୍ବତନ ବିଧାୟକ ୬ ଡିସେମ୍ବର ୨୦୨୧ରେ ବିଜେଡି ଶିବିରରେ ସାମିଲ ହୋଇଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ଦଳବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳା ଆଚରଣ ପାଇଁ ପ୍ରଫୁଲ୍ଲ ମାଝୀଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା।