ଭୁବନେଶ୍ବର : ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଅନସିପରେ ପ୍ରମୋଦ ଭଗତଙ୍କୁ ସଫଳତା ମିଳିଛି । ଟୋକିଓରେ ଚାଲିଥିଲା ପାରା ବ୍ୟାଡମିଣ୍ଟନ ଚମ୍ପିଅନସିପରେ ଦୁଇଟି ପଦକ ହାସଲ କରିଛନ୍ତି ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ସେ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏସଏଲ ୩ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ପ୍ରମୋଦ ୨୧-୧୯, ୨୧-୧୯ ସେଟରେ ଅନ୍ୟତମ ଭାରତୀୟ ଖେଳାଳି ନୀତେଶ କୁମାରଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।
ମ୍ୟାଚ ୫୩ ମିନିଟ ଧରି ଚାଲିଥିଲା । ମୁକାବିଲା ଜୋରଦାଲ ହୋଇଥିଲା । ୩୪ ବର୍ଷୀୟ ପ୍ରମୋଦ ଏଥିରେ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଗତ ସଂସ୍କରଣରେ ମଧ୍ୟ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ । ଚଳିତ ସଂସ୍କରଣରେ ମଧ୍ୟ ସ୍ବର୍ଣ୍ଣ ଜିତି ଧାରା ବଜାୟ ରଖିଛନ୍ତି । ପ୍ରମୋଦ ସପ୍ତମ ଥର ପାଇଁ ବିଶ୍ବ ଚମ୍ପିଅନସିପ ଖେଳିଛନ୍ତି । ଚତୁର୍ଥ ଥର ପାଇଁ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ଡବଲ୍ସ ଏସଏଲ-୩ ଓ ଏସଏଲ-୪ ଇଭେଣ୍ଟରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡି ଫାଇନାଲରେ ଇଣ୍ଡୋନେସିଆ ଯୋଡି ହିକମାତ ରାମଦାନି ଓ ଉକୁଲ ରୁକାଣ୍ତିଙ୍କୁ ପରାସ୍ତ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ମୁକାବିଲାରେ ଭାରତୀୟ ଯୋଡି ୨୧-୧୪, ୧୮-୨୧, ୧୩-୨୧ରେ ଇଣ୍ଡୋନେସିଆ ଯୋଡିକୁ ପରାସ୍ତ କରିଥିଲେ ।
ସଫଳତା ପରେ ପ୍ରମୋଦ କହିଛନ୍ତି ଏହି ବିଜୟ ମୋ ପାଇଁ ବହୁତ ବଡ । ମୋ ପ୍ରଦର୍ଶନ ପାଇଁ ବହୁତ ଖୁସି । ଏ ନେଇ କଠିନ ପରିଶ୍ରମ କରିଥିବା କହିଛନ୍ତି ପ୍ରମୋଦ । ଏହି ମେଗା ଇଭେଣ୍ଟରେ ପ୍ରମୋଦ ଏ ପର୍ଯ୍ୟନ୍ତ ୧୧ଟି ପଦକ ଜିତିଛନ୍ତି । ବିଶ୍ବ ଚମ୍ପିଅନସିପରେ ସିଙ୍ଗଲ୍ସ ଓ ଡବଲକୁ ମିଶାଇ ପ୍ରମୋଦ 6ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ଜିତିଛନ୍ତି । ଟୋକିଏ ପାରା ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ । ସେହିପରି ମହିଳା ସିଙ୍ଗଲ୍ସରେ ଭାରତୀୟ ଖେଳାଳି ମନୀଷା ରାମଦାସଙ୍କୁ ସଫଳତା ମିଳିଛି । ଏସୟୁ ୫ ବର୍ଗ ସିଙ୍ଗଲ୍ସ ଫାଇନାଲରେ ମନୀଷା ୨୧-୧୫, ୨୧-୧୫ରେ ଜାପାନର ମାମିକୋ ଟୋୟୋଡାଙ୍କୁ ହରାଇବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।
November 7, 2022
0 Comment
277 Views
ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନରେ ଡବଲ ପଦକ ଜିତିଲେ ପ୍ରମୋଦ
ଭୁବନେଶ୍ବର : ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଅନସିପରେ ପ୍ରମୋଦ ଭଗତଙ୍କୁ ସଫଳତା ମିଳିଛି । ଟୋକିଓରେ ଚାଲିଥିଲା ପାରା ବ୍ୟାଡମିଣ୍ଟନ ଚମ୍ପିଅନସିପରେ ଦୁଇଟି ପଦକ ହାସଲ କରିଛନ୍ତି ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ । ସେ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏସଏଲ ୩ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ପ୍ରମୋଦ ୨୧-୧୯, ୨୧-୧୯ ସେଟରେ ଅନ୍ୟତମ ଭାରତୀୟ ଖେଳାଳି ନୀତେଶ କୁମାରଙ୍କୁ ପରାସ୍ତ କରି... Read More