କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲାଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଦିନ ୧୦ ଟା ୪୦ ମିନିଟ୍ ରେ ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଗୋନାସିକାରେ ଯାଇ ଦିନ ୧୨ଟାରେ ପହଞ୍ଚିବେ । ସେଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷର ରେ ମହାମହିମ ରାଷ୍ଟ୍ରପତି ଏକ ସଭାରେ ଯୋଗ ଦେବାକୁ ଥିବା ବେଳେ, ଏହି ସଭାରେ ୫ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ନୃତ୍ୟଗୀତରେ ଭବ୍ୟ ସ୍ବାଗତ କରାଯିବ । ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା, ବ୍ରହ୍ମେଶ୍ବର ମନ୍ଦିର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ଦିନ ୩ଟା ବେଳେ ରାଷ୍ଟ୍ରପତି କେନ୍ଦୁଝରରେ ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତିଙ୍କର ଏକ ୨ଦିନିଆ ପ୍ରଦର୍ଶନୀ ଓ ଆଲୋଚନାଚକ୍ରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ୪ଟା ୧୦ମିନିଟ୍ ରେ ରାଇସୁଆଁ ରୁ ଭୁବନେଶ୍ବର ଅଭିମୁଖେ ଫେରିଯିବେ । ମହାମହିମ ରାଷ୍ଟ୍ରପତିଙ୍କର ଆସନ୍ତାକାଲିର ଗସ୍ତ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଏଥି ପାଇଁ ବିମାନ ବନ୍ଦର ରେ ସପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବୋମ ସ୍ଵାର୍ଡ଼ ଓ ସନ୍ଧାନୀ କୁକୁର ଦ୍ୱାରା ସମଗ୍ର ଅଞ୍ଚଳ କୁ ତନ୍ନ ତନ୍ନ କରି ତଲାସି କରାଯାଇଛି । ରାଷ୍ଟ୍ରପତି ଙ୍କ ଯିବା ଆସିବା ରାସ୍ତା ଓ ସଦ୍ଭା ସ୍ଥାନ ଅଞ୍ଚଳ କୁ ନୋ ଫ୍ଲାଇଙ୍ଗ ଯୋନ ଘୋଷଣା କରାଯିବା ସହ ଖଣି ପରିବହନ ଉପରେ ଦୁଇ ଦିନ ପାଇଁ କଟକଣା ଲଗାଯାଇଛି । ରାଷ୍ଟ୍ରପତି ଙ୍କ କାରକେଟ ଯିବା ରାସ୍ତା ରେ ବୁଧବାର ଦିନ ପ୍ରଶାସନ ପକ୍ଷରୁ ରିହଲସଲ କରାଯାଇଛି ।
February 28, 2024
0 Comment
197 Views
ଆଜି କେନ୍ଦୁଝର ଜିଲ୍ଲାଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି
କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲାଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଦିନ ୧୦ ଟା ୪୦ ମିନିଟ୍ ରେ ରାଇସୁଆଁରେ ବିମାନ ଯୋଗେ ଅବତରଣ କରିବା ପରେ ସେଠାରୁ କାର୍ ଯୋଗେ ଗୋନାସିକାରେ ଯାଇ ଦିନ ୧୨ଟାରେ ପହଞ୍ଚିବେ । ସେଠାରେ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷର ରେ ମହାମହିମ ରାଷ୍ଟ୍ରପତି ଏକ ସଭାରେ ଯୋଗ ଦେବାକୁ ଥିବା ବେଳେ, ଏହି ସଭାରେ ୫ଟି ଗାଁର ଜୁଆଙ୍ଗ ସମ୍ପ୍ରଦାୟର ଲୋକେ ଯୋଗ... Read More