ନବରଙ୍ଗପୁର, (ସରୋଜ କୁମାର ବେହେରା)ସ୍ଥାନୀୟ ପ୍ରେସ କ୍ଲବ ଠାରେ ଡବ୍ଲ୍ୟୁ ଜେ ୟୁ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ସଭାପତି ପି ପ୍ରକାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଦୀପିକା ସମ୍ପାଦକ ଗୌରୀ ଶଙ୍କର ରାୟ ଓ ତାଙ୍କ ଘନିଷ୍ଠ ସହଯୋଗୀ ବିଚିତ୍ର ନନ୍ଦ ଦାସ ଙ୍କ ସ୍ମୃତି ଊଚ୍ଚାରଣ କରଯାଇଥିଲା । ଉପସ୍ଥିତ ସଦସ୍ୟ ମାନେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉତ୍କଳ ଦୀପିକା’ ୧୮୬୬ ମସିହା ଅଗଷ୍ଟ ୪ରେ ଆତ୍ମପ୍ରକାଶ କରିଥିଲା । ଏହାର ପ୍ରଥମ ସମ୍ପାଦକ ଥିଲେ ଗୌରୀ ଶଙ୍କର ରାୟ । ଗୌରୀଶଙ୍କର ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ଏହି ଖବରକାଗଜ ପ୍ରକାଶ ପାଉଥିଲା । ଏହା ତତ୍କାଳୀନ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ନୂତନ ଦିଗ୍ଦର୍ଶନ ଦେବା ସହ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ ଦାବି ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥିଲା । ବାଲ୍ୟ ବିବାହ ପରି ଘୃଣା ପ୍ରଥା ବିରୋଧରେ ମଧ୍ୟ ସ୍ବର ଉତ୍ତୋଳନ କରି ସାମାଜିକ ସଂସ୍କାର ଆଣିବା ପାଇଁ ଏହି ଖବର କାଗଜ ଉଦ୍ୟମ କରିଥିଲା । ଉତ୍କଳ ଦୀପିକାର ସଫଳତା ଓଡ଼ିଶାରେ ଖବରକାଗଜ ପ୍ରକାଶନର ଧାରା ସୃଷ୍ଟି କରିଥିଲା । ତେଣୁ ପ୍ରତିବର୍ଷ ଏହି ଦିବସକୁ ଓଡିଆ ସାମ୍ବାଦିକ ଦିବସ ରୂପେ ପାଳନ କ୍କରାଯାଉଛି ବୋଲି ସଦସ୍ୟ ମାନେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡବ୍ଲୁ. ଜେ. ୟୁ. ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, କାର୍ଯ୍ୟକାରିଣୀ ସଭାପତି ଦେବେନ୍ଦ୍ର ମିଶ୍ର, ଉପସଭାପତି କିଶୋର ପଟ୍ଟନାୟକ, ସାଧାରଣ ସମ୍ପାଦକ ଏ. ସତୀଶ, ସହ ସମ୍ପାଦକ ସ୍ୱାଧୀନ ପଣ୍ଡା ଓ କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ସୁଶାନ୍ତ କୁମାର ଶଥପଥିଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ନବଘନ ବିଷୋୟୀ, ରାମ କିରଣ ପଟ୍ଟନାୟକ, ଶ୍ରୀଧର ପାତ୍ର, ଅଜିତ ନାୟକ, ଗୌରାଙ୍ଗ ପାତ୍ର ,ମିଡ଼ିଆ କୋଡିନେଟର ଈଶ୍ୱର ରାଓ ଓ ସଦସ୍ୟ ଦେବୀ ପ୍ରସାଦ ପଟ୍ଟନାୟକ, କୋରେଶ ଉପାସି, ମଧୁ ସୁଦନ ସାହୁ ଓ ସୁକାନ୍ତ ରଥ ଉପସ୍ଥିତ ରହିଥିଲେ ।
August 5, 2023
0 Comment
200 Views
ଡବ୍ଲ୍ୟୁ ଜେ ୟୁ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ
ନବରଙ୍ଗପୁର, (ସରୋଜ କୁମାର ବେହେରା)ସ୍ଥାନୀୟ ପ୍ରେସ କ୍ଲବ ଠାରେ ଡବ୍ଲ୍ୟୁ ଜେ ୟୁ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । ସଭାପତି ପି ପ୍ରକାଶଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଦୀପିକା ସମ୍ପାଦକ ଗୌରୀ ଶଙ୍କର ରାୟ ଓ ତାଙ୍କ ଘନିଷ୍ଠ ସହଯୋଗୀ ବିଚିତ୍ର ନନ୍ଦ ଦାସ ଙ୍କ ସ୍ମୃତି ଊଚ୍ଚାରଣ କରଯାଇଥିଲା । ଉପସ୍ଥିତ ସଦସ୍ୟ ମାନେ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାର ପ୍ରଥମ... Read More