ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ)ର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କୁଳଭୂଷଣ ବାଲୁନି । ତାଙ୍କର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ଦୀର୍ଘ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ପ୍ରଫେସର ବାଲୁନି ପରିବେଶ ନିରନ୍ତରତା, ବିକାଶ ନୀତି ଏବଂ ସାମାଜିକ ଉଦ୍ୟୋଗଶୀଳତା ଉପରେ ଗବେଷଣା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ୧୯୯୭-୯୮ ଶିକ୍ଷା ବର୍ଷରେ ଆଇଆଇଏମ୍ କୋଝିକୋଡରେ ଫାକଲ୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ କୋଝିକୋଡରେ ନିର୍ଦ୍ଦେଶକ ରୂପେ କାର୍ଯ୍ୟଭାର ସମ୍ଭାଳିଥିଲେ । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଆଇଆଇଏମ୍ ଅମୃତସରର ପ୍ରଥମ ପରାମର୍ଶଦାତା ନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଥିଲେ।
October 8, 2024
0 Comment
38 Views
ବିଜିୟୁର ନୂଆ କୁଳପତି ପ୍ରଫେସର କୁଳଭୂଷଣ ବାଲୁନି
by Editor
ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ)ର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କୁଳଭୂଷଣ ବାଲୁନି । ତାଙ୍କର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ଦୀର୍ଘ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ପ୍ରଫେସର ବାଲୁନି ପରିବେଶ ନିରନ୍ତରତା, ବିକାଶ ନୀତି ଏବଂ ସାମାଜିକ ଉଦ୍ୟୋଗଶୀଳତା ଉପରେ ଗବେଷଣା ପାଇଁ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ସେ ୧୯୯୭-୯୮ ଶିକ୍ଷା ବର୍ଷରେ ଆଇଆଇଏମ୍ କୋଝିକୋଡରେ ଫାକଲ୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ୨୦୧୪ରୁ... Read More