କେନ୍ଦୁଝର, (ନିପ୍ର) ଜଙ୍ଗଲ କାଟି ଖଡିପଥର ଖଣି ନିର୍ମାଣକୁ୍ ୫ଟି ଗାଁର ଲୋକଙ୍କର ଘୋର ବିରୋଧ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ୫ଟି ଗାଁର ମହିଳାମାନେ ବେଆଇନ୍ ଭାବେ ଜଙ୍ଗଲ କାଟିବା ସହ, ସେଠାରେ ଖଡିପଥର ଖଣି ନିର୍ମାଣ କରିବାକୁ ନେଇ ଆଜି କେନ୍ଦୁଝର ଡିଏଫଓଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଛନ୍ତି । ପିଠାଗୋଳା ପଞ୍ଚାୟତର ଖେଦାପଡା, ରମ୍ପାକୋଟ, ତମ୍ବାହରା, ମରାଗୋଳା, ଗରଗଡବାହାଳ ଗାଁକୁ ଲାଗି ରହିଥିବା ଜଙ୍ଗଲରେ ଏବେ ଏକ ଖଡିପଥର ଖଣି ନିର୍ମାଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ବେଆଇନ୍ ଭାବେ ରାସ୍ତା ନିର୍ମାଣ କରିବାକୁ ଜଙ୍ଗଲରେ ଅନେକ ଗଛ କଟାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଜଙ୍ଗଲକୁ ଲାଗି ଲୋକଙ୍କର ଚାଷଜମି ରହିଛି । ଜଙ୍ଗଲଜାତ ଦ୍ରବ୍ୟ ଉପରେ ଏହି ଗାଁର ଲୋକେ ଦୀର୍ଘ ଦିନରୁ ନିର୍ଭର କରି ଚଳୁଥିବା ବେଳେ, ଖଣି ହେଲେ, ଲୋକଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିବ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ମହିଳାମାନେ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଗବତ କରିଥିବା ବେଳେ, ଆଜି ଡିଏଫଓଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଛନ୍ତି । କ୍ଷେତ୍ର ପରିଦର୍ଶନ ପରେ ଏସମ୍ପର୍କରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଏଫଓ ସେମାନଙ୍କୁ କହିଥିବା ମହିଳାମାନେ ପ୍ରକାଶ କରିଛନ୍ତି ।
June 21, 2023
0 Comment
196 Views
ଜଙ୍ଗଲ କାଟି ଖଡିପଥର ଖଣି ନିର୍ମାଣକୁ୍ ୫ଟି ଗାଁର ଲୋକଙ୍କର ଘୋର ବିରୋଧ
କେନ୍ଦୁଝର, (ନିପ୍ର) ଜଙ୍ଗଲ କାଟି ଖଡିପଥର ଖଣି ନିର୍ମାଣକୁ୍ ୫ଟି ଗାଁର ଲୋକଙ୍କର ଘୋର ବିରୋଧ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଞ୍ଚାୟତର ୫ଟି ଗାଁର ମହିଳାମାନେ ବେଆଇନ୍ ଭାବେ ଜଙ୍ଗଲ କାଟିବା ସହ, ସେଠାରେ ଖଡିପଥର ଖଣି ନିର୍ମାଣ କରିବାକୁ ନେଇ ଆଜି କେନ୍ଦୁଝର ଡିଏଫଓଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଛନ୍ତି । ପିଠାଗୋଳା ପଞ୍ଚାୟତର ଖେଦାପଡା, ରମ୍ପାକୋଟ, ତମ୍ବାହରା, ମରାଗୋଳା, ଗରଗଡବାହାଳ ଗାଁକୁ ଲାଗି ରହିଥିବା ଜଙ୍ଗଲରେ ଏବେ ଏକ ଖଡିପଥର... Read More