କେନ୍ଦୁଝର, ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ ଆହ୍ୱାନରେ ଏହାର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଆଜି ୪ ଦଫା ଦାବୀ ବାବଦରେ କେନ୍ଦୁଝରଠାରେ ଥିବା ଆଞ୍ଚଳିକ ଭବିଷ୍ଯନିଧି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ପେନ୍ସନଭୋଗୀ ବରିଷ୍ଟ ନାଗରୀକାମାନେ ଧାରଣାରେ ବସିଥିଲେ। ଏହି ଉପଲକ୍ଷେ ଉଭୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଇପିଏଫ୍ ପେନ୍ସନଭୋଗୀ ସ୍ଥାନୀୟ ଇପିଏଫ୍ କାର୍ଯ୍ୟାଳୟ ଠାରେ ଦିନ ଘ୧୧.୦୦ଟିକା ଠାରୁ ଅପରାହ୍ନ ଘ୦୧.୦୦ଟିକା ଯାଏ ଧାରଣାରେ ବସିବା ସହ ବିଭିନ୍ନ ଦାବୀ ସମ୍ବଳିତ ସ୍ଲୋଗାନ୍ ଦେଇଥିଲେ। କେନ୍ଦୁଝର ଜିଲ୍ଲା ସଭାପତି ମକରଧ୍ୱଜ ନାୟକଙ୍କ ଅଧ୍ଯକ୍ଷ୍ଯତାରେ ସେଠାରେ ଏକ ସଭା ଅନୁଷ୍ତିତ ହୋଇଥିଲା। ଏଥିରେ ଆସୋସିଏସନର ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ଘଡ଼େଇ, ଉପସଭାପତି ମହମ୍ମଦ ଅଝହର ଆନସାରୀ, ଶ୍ରୀମତୀ ଉର୍ବଶୀ ମିଶ୍ର, ପ୍ରମୋଦ କୁମାର ସ୍ୱାଇଂ, ଭାବଗ୍ରାହୀ ରାଉତ ପ୍ରମୁଖ ଉଦ୍ବୋଧନ ଦେଇ ଇପିଏଫ ପେନ୍ସନଭୋଗୀ ମାନଙ୍କର ବହୁବିଧ ସମସ୍ଯା ତଥା ସେ ସବୁର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ଚରମ ଉଦାସିନତା ବାବଦରେ ଆଲୋକପାତ କରିଥିଲେ। କେନ୍ଦ୍ର ସରକାର ଏ ସବୁ ସମସ୍ଯାର ତୁରନ୍ତ ସମଧାନ ନକଲେ ଆଗମୀ ଦିନରେ ରାଜ୍ଯରେ ଥିବା ପ୍ରାୟ ଦୁଇ ଲକ୍ଷ୍ଯରୁ ଉର୍ଦ୍ଧ ଓ ସମଗ୍ର ଦେଶର ୭୦ ଲକ୍ଷ୍ଯରୁ ଅଧିକ ପେନ୍ସନଭୋଗୀ ବରିଷ୍ଠ ନାଗରିକ ଓ ସେମାନଙ୍କ ପରିବାର ମାନେ ଆଗମୀ ନିର୍ବାଚନରେ ସରକାରଙ୍କ ବିରୋଧରେ ମତଦାନ କରିବାକୁ ବାଧ୍ଯହେବେ ବୋଲି ବକ୍ତାମାନେ ଚେତାବନି ଦେଇଥିଲେ। ସର୍ବନିମ୍ନ ମାସିକ ପେନ୍ସନ ଟ.୯୦୦୦.୦୦(ନଅ ହଜାର ଟଙ୍କା) ଧାର୍ଯ୍ୟ କରିବା ସହିତ ମହଙ୍ଗା ଭାତ୍ତା ପ୍ରଦାନ କରିବା, ମାନ୍ଯବର ସୁପ୍ରିମ୍କୋର୍ଟଙ୍କ ତା୦୪.୧୧.୨୦୨୨ରିଖ ନିର୍ଦ୍ଦେଶ ଆଧାରରେ ବର୍ଦ୍ଧୀତ ପେନ୍ସନ ଏବଂ ସମସ୍ତ ଇପିଏଫ୍ ପେନ୍ସନ ଭୋଗୀଙ୍କୁ ସରକାରୀ ଯୋଜନାରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ଦାବୀର ସମାଧାନ ପାଇଂ ପେନ୍ସନଭୋଗୀ ମାନଙ୍କର ଆଜିର ଧାରଣାର ଅନୁଷ୍ଥିତ ହୋଇଥିଲା। ଶେଷରେ ଏମ୍ଡି ଗାଲିବ ହାସାମ୍ ଧନ୍ଯବାଦ ପ୍ରଦାନ କରିଥିଲେ।
September 15, 2023
0 Comment
182 Views
ଇପିଏଫ୍ ପେନସନର୍ସ ଆସୋସିଏସନ, କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ପ୍ରତିବାଦ ଓ ଧାରଣା
କେନ୍ଦୁଝର, ଅଲ୍ ଓଡିଶା ଇପିଏଫ୍ ପେନସନର୍ସ ଆସୋସିଏସନ ଆହ୍ୱାନରେ ଏହାର କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ଆଜି ୪ ଦଫା ଦାବୀ ବାବଦରେ କେନ୍ଦୁଝରଠାରେ ଥିବା ଆଞ୍ଚଳିକ ଭବିଷ୍ଯନିଧି କମିଶନରଙ୍କ କାର୍ଯ୍ୟାଳୟ ଆଗରେ ପେନ୍ସନଭୋଗୀ ବରିଷ୍ଟ ନାଗରୀକାମାନେ ଧାରଣାରେ ବସିଥିଲେ। ଏହି ଉପଲକ୍ଷେ ଉଭୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଇପିଏଫ୍ ପେନ୍ସନଭୋଗୀ ସ୍ଥାନୀୟ ଇପିଏଫ୍ କାର୍ଯ୍ୟାଳୟ ଠାରେ ଦିନ ଘ୧୧.୦୦ଟିକା ଠାରୁ ଅପରାହ୍ନ ଘ୦୧.୦୦ଟିକା ଯାଏ ଧାରଣାରେ ବସିବା ସହ ବିଭିନ୍ନ... Read More