ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରାରେ ଫୁଟିଲା ଗୁଳି। ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳିମାଡ଼। ପୋଲସରା କେନ୍ଦୁବାଡ଼ି ପଞ୍ଚାୟତର ସମିତି ସଭ୍ୟ ନରେନ୍ଦ୍ର ସ୍ବାଇଁଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା ଗୁରୁତୁର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।
ସୁଚନା ମୁତାବକ ବିଳମ୍ବିତ ରାତିରେ ଗରେଇଝୁଳି ଗ୍ରାମରେ ବଣଭୋଜି ବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହେଉଥିବା ବେଳେ ସମାଧାନ ଲାଗି ଯାଇଥିବା କେନ୍ଦୁବାଡି ପଞ୍ଚାୟତ ର ସମିତିସଭ୍ୟ ଏବଂ ତାଙ୍କ ଭାଇ ଙ୍କୁ ଆକ୍ରମଣ ସହ ଗୁଳି ମାଡ଼ ହୋଇଥିବା ଜଣାପଡିଛି l ସମସ୍ତ ଙ୍କୁ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ ଙ୍କୁ ବ୍ରହ୍ମପୁର ଏମେକେସିଜି ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁଳିମାଡ ହୋଇଥିବା ବନ୍ଧୁକ ଜବତ କରି ତଦନ୍ତ କରୁଛି । ଗୁଳିମାଡରେ ଅନ୍ୟ ଦୁଇ ଜଣ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ଉଭୟ ଘରକୁ ଫେରିଛନ୍ତି । ଅନ୍ୟପଟେ ଅଭିଯୁକ୍ତକୁ ଧରିବାକୁ ଚଢଉ ଜାରି ରଖିଛି ପୋଲିସ୍ ।