ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଯାହାକୁ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ରଥ ନିର୍ମାଣ କାମ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ୩ ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବୋଳା ବା ଗୋଲେଇ କାମ ଶେଷ ହୋଇଛି। ୨୪ଟି ତୁମ୍ବରୁ ତାଳଧ୍ବଜ ରଥର ୮ଟି, ଦର୍ପଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୮ଟି ତୁମ୍ବ ବୋଳା କାମ ଶେଷ ହୋଇଛି। ମଙ୍ଗଳବାର ସୁଦ୍ଧା ୭୪ ମହାରଣା, ଭୋଇ, କମାର, କରତି ସେବକ ରଥ ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତିନି ରଥ ପାଇଁ ଆବଶ୍ୟକ ୪୨ ଚକ ନିର୍ମାଣ ପାଇଁ ତୁମ୍ବ ପ୍ରସ୍ତୁତ କରାଯାଇଛି। ମହାରଣା ସେବକ ଦେଉଥିବା ମାପ ଅନୁସାରେ କରତିମାନେ ଫାସି କାଠ କାଟି ଯୋଗାଇ ଦେଇଛନ୍ତି। ମହାରଣାଙ୍କ ଦ୍ବାରା ସେଗୁଡିକୁ ଗୋଲେଇ କରାଯିବା ସହ ମାଠ କରାଯାଇଛି। ଏହାପରେ ସେଥିରେ ବିନ୍ଧ କରାଯାଇ ପହି ଏବଂ ଅର ସଂଯୋଗ କରାଯିବ। ସେହିପରି ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ତଥା କମାର ସେବକମାନେ ରଥ ନିର୍ମାଣ ପାଇଁ କଣ୍ଟା କବ୍ଜା ପ୍ରସ୍ତୁତ କରୁଛନ୍ତି।
May 15, 2024
0 Comment
95 Views
ଚଳଚଞ୍ଚଳ ରଥଖଳା: ୩ ରଥର ୨୪ ତୁମ୍ବ ବୋଳା କାମ ଶେଷ
by Editor
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଯାହାକୁ ନେଇ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥଖଳାରେ ରଥ ନିର୍ମାଣ କାମ ଆଜି ୪ର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନ ଶେଷ ସୁଦ୍ଧା ୩ ରଥର ୪୨ ତୁମ୍ବରୁ ୨୪ଟି ତୁମ୍ବ ବୋଳା ବା ଗୋଲେଇ କାମ ଶେଷ ହୋଇଛି। ୨୪ଟି ତୁମ୍ବରୁ ତାଳଧ୍ବଜ ରଥର ୮ଟି, ଦର୍ପଦଳନ ରଥର ୮ଟି ଓ ନନ୍ଦିଘୋଷ ରଥର ୮ଟି ତୁମ୍ବ ବୋଳା କାମ... Read More