ନୂଆଦିଲ୍ଲୀ : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ରଘୁବରଙ୍କୁ ଓଡିଶାର ରାଜ୍ୟପାଳ ନିଯୁକ୍ତ ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୬୮ ବର୍ଷିୟ ରଘୁବର ଦାସ ୨୦୧୪ରୁ ୨୦୧୯ ଯାଏଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ । ଏନଡିଏ ସରକାରର ନେତୃତ୍ୱ ନେଇଥିଲେ ରଘୁବର । ବର୍ତ୍ତମାନ ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଫେସର ଗଣେଶୀ ଲାଲ୍ ଓଡ଼ିଶାର ରାଜ୍ୟପାଳ ଭାବେ ୫ ବର୍ଷରୁ ଅଧିକ ସମୟ ଧରି ରହିଛନ୍ତି। ଚଳିତବର୍ଷ ମେ’ ୨୯ ତାରିଖରେ ସେ ଓଡ଼ିଶାର ରାଜ୍ୟପାଳ ଭାବେ ୫ ବର୍ଷ ପୂରଣ କରିଥିଲେ । ୨୦୧୮ ମସିହା ମେ’ ୨୫ ତାରିଖରେ ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ ଦିଆଯାଇଥିଲା । ୨୦୧୮ ମସିହା ମେ’ ୨୯ ତାରିଖରେ ସେ ଶପଥ ଗ୍ରହଣ କରିଥିଲେ।