ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବଙ୍ଗଳା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀସ୍ଥ ସୁନହେରିବାଗସ୍ଥିତ ୫ ନମ୍ବର ବଙ୍ଗଳା ରାହୁଲଙ୍କୁ ଆବଣ୍ଟନ କରାଯାଇଛି। ବିରୋଧୀ ଦଳ ନେତା ହୋଇଥିବାରୁ ରାହୁଲ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ସୁବିଧା ସୁଯୋଗ ପାଇବାକୁ ହକ୍ଦାର। ତେଣୁ ତାଙ୍କୁ ଟାଇପ୍-୮ ବଙ୍ଗଳା ଯୋଗାଇ ଦିଆଯାଇଛି।
ସୂଚନାଯୋଗ୍ୟ ଗତବର୍ଷ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ତୋଗଲୋକ ଲେନ୍ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଥିଲା। ସେହିଦିନଠାରୁ ରାହୁଲ ୧୦ ଜନପଥସ୍ଥିତ ବାସଭବନରେ ମାଆ ସୋନିଆଙ୍କ ସହ ରହୁଛନ୍ତି।