କଟକ : କଟକରୁ ପୁଣି ଜବତ ହେଲା ବ୍ରାଉନସୁଗାର । ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ଲକ୍ଷ ଟଙ୍କା ହୋଇଥିବା ବେଳେ ବ୍ଲାକ୍ ମାର୍କେଟ୍ରେ ଏହାର ମୂଲ୍ୟ ୪୦ଲକ୍ଷ ଟଙ୍କା ରହିଛି । ବ୍ରାଉନସୁଗାର କାରବାର କରୁଥିବା ଜଣେ ବେପାରୀକୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପ୍ରଶାନ୍ତ ବାରିକ ଓ ତାର ଘର ଜଗତପୁର ମଙ୍ଗଳାସାହି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ପ୍ରଶାନ୍ତ ନାଁରେ ପୂର୍ବରୁ ଡକାୟତି ଓ ବନ୍ଧୁକ କାରବାର ଭଳି ୭ଟି ଅପରାଧିକ ମାମଲା ବିଭିନ୍ନ ଥାନା ଗୁଡିକରେ ରହିଛି । ପୂର୍ବରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ପ୍ରଶାନ୍ତ କିଛି ଦିନ ହେଲା ବ୍ରାଉନ ସୁଗାର କାରବାର ଆରମ୍ଭ କରିଥିବା ବେଳେ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନଦୀବନ୍ଧ ରାସ୍ତାର ଚଢାଉ କରି ଧରିଥିଲା ବୋଲି ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।