କେନ୍ଦୁଝର, କେନ୍ଦୁଝର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସଦଭାବନା ତରଫରୁ ସ୍ଥାନୀୟ ରଘୁନାଥପୁର ସ୍ଥିତ ପ୍ରୟାସ ସେବାଗ୍ରାମ ଠାରେ ୪୦ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଏକ ୬ ଦିନିଆ ଫିନାଇଲ ଓ ବାସନମଜା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ରଘୁନାଥପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୌରୀ ନାଏକ ଓ ରଘୁନାଥପୁର ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ମମତା ବେହେରା ଓ ଅଞ୍ଚଳ ର ସୁନାମଧନ୍ୟ ସମାଜସେବୀ ପୟଧର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗ୍ରାମୀଣ ମହିଳା ମାନେ ଏହି ତାଲିମ ମାଧ୍ୟମରେ ନିଜର ଆର୍ଥିକ ଅଭିବୃଦ୍ଧି କରିବା ସହ ନିଜ ପରିବାର ର କିପରି ଆର୍ଥିକ ବିକାଶ କରିପାରିବେ ତା ଉପରେ ନିଜର ମତ ବ୍ୟକ୍ତ କରିଥିଲେ। ଏହି ୬ ଦିନିଆ ତାଲିମ ଶିବିରରେ ରଘୁନାଥପୁର ପଞ୍ଚାୟତର ରଘୁନାଥପୁର ଓ ଗୋବିନ୍ଦପୁର ଗ୍ରାମ ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୪୦ ଜଣ ମହିଳା ତାଲିମ ନେଇଥିଲେ। ଏହି ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ ଅନୁଷ୍ଠାନର ମହେନ୍ଦ୍ର କୁମାର ସାହୁ ଓ କାହ୍ନୁ ଚରଣ ପ୍ରଧାନ ଉପସ୍ଥିତ ରହି ମହିଳା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମୀ ମାନେ ସୁଚାରୁରୂପେ ପରିଚାଳନା କରିଥିଲେ।
June 3, 2023
0 Comment
248 Views
ସଦଭାବନା ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଧନ୍ଦା ମୂଳକ ତାଲିମ ପ୍ରଦାନ।
କେନ୍ଦୁଝର, କେନ୍ଦୁଝର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସଦଭାବନା ତରଫରୁ ସ୍ଥାନୀୟ ରଘୁନାଥପୁର ସ୍ଥିତ ପ୍ରୟାସ ସେବାଗ୍ରାମ ଠାରେ ୪୦ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଏକ ୬ ଦିନିଆ ଫିନାଇଲ ଓ ବାସନମଜା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ରଘୁନାଥପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗୌରୀ ନାଏକ ଓ ରଘୁନାଥପୁର ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ମମତା ବେହେରା ଓ ଅଞ୍ଚଳ ର ସୁନାମଧନ୍ୟ ସମାଜସେବୀ ପୟଧର ବେହେରା... Read More