ଢାକା : ଏଠାରେ ଚାଲିଥିବା ସାଫ୍ ୧୯ ବର୍ଷରୁ କମ୍ ମହିଳା ଫୁଟବଲ ଫାଇନାଲରେ ଭାରତୀୟ ଦଳ ପ୍ରବେଶ କରିଛି । ଗୁରୁବାର ଦିନ ଟାଇଟଲ୍ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ଭେଟିବ ।
ଆଜି ରାଉଣ୍ଡ ରବିନ ମ୍ୟାଚରେ ଭାରତୀୟ ବାଳିକା ଦଳ ୪-୦ ଗୋଲରେ ନେପାଳକୁ ପରାସ୍ତ କରିଛି । ଦଳ ପକ୍ଷରୁ ନେହା ୨ଟି ଏବଂ ସୁଲଗ୍ନା ରାଉଲ ଓ ସିଣ୍ଡି ଆର. କଲୋନୀ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।
ଖେଳର ପ୍ରଥର୍ମାଦ୍ଧା ଗୋଲ୍ଶୂନ୍ୟ ରହିବା ପରେ ସବୁଯାକ ଗୋଲ ଦ୍ୱିତୀୟାର୍ଦ୍ଧରେ ହୋଇଥିଲା । ଏହି ବିଜୟୀ ଭାରତୀୟ ଦଳରେ ସହକାରୀ କୋଚ୍ ଅଛନ୍ତି ପୂର୍ବତନ ଅଧିନାୟିକା ତଥା ଓଡ଼ିଶାର ପୂର୍ବତନ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ । ଗୁରୁବାର ଦିନ ଭାରତ ଓ ଗତଥର ଚାମ୍ପିଅନ୍ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ ।