ପୁରୀ : ଆଜି ସପ୍ତପୁରୀ ଅମାବାସ୍ୟା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ଭୋଗ ଲାଗି ହୋଇଛି । ଆଜି ଠାକୁରଙ୍କ ଅବକାଶ ନୀତି ସରିବା ପରେ ବେଶ କରାଯାଇଥିଲା । ଗମ୍ଭୀରାରେ ପାଣି ପଡି ଟେରା ବନ୍ଧାଯିବା ପରେ ସକାଳ ଧୂପ ସହ ସାତପୁରୀ ଭୋଗ ରୋଷ ଆସିଥିଲା। ଏହାପରେ ଷୋଡଶ ଉପଚାରରେ ପୂଜା କରିଥିଲେ ପୂଜାପଣ୍ଡା । ଆଜି ଶ୍ରୀଜିଉଙ୍କ ବିଶେଷ ପୂଜାନୀତି ସହ ସନ୍ଧ୍ୟାଧୂପ ପରେ ବସ୍ତ୍ହରଣ ପ୍ରସ୍ତାବ ଓ ମହାପ୍ରଭୁଙ୍କ ବିଜେପି ପ୍ରତିମା ଶ୍ରୀନାରାୟଣ ସାଗର ବିଜେ କରିବେ ।
ଗତକାଲି ଅଠରନଳା ନିକଟରେ ଅବସ୍ଥିତ ମା ଆଲାମଚଣ୍ଡି ମନ୍ଦିରରୁ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ ଶ୍ରୀମନ୍ଦିରରେ ପହଞ୍ଚିଥିଲା। ପରେ ଚତୁପାର୍ଶ୍ବ ବୁଲି ତାଡ ଗୁଡିକୁ ରୋଷ ବେହେରଣରେ ରଖାଯାଇଥିଲା । ଗତକାଲି ସଂଧ୍ୟା ଧୂପ ସରିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଏକ ପଟୁଆରରେ ଶ୍ରୀମନ୍ଦିର ବାହାରେ ଥିବା ଦକ୍ଷିଣକାଳୀଙ୍କ ମନ୍ଦିରକୁ ଯାଇଥିଲେ।