ମେଷ: ମାନସିକ ଶାନ୍ତି ରହିବ। ବ୍ୟବସାୟ ପାଇଁ ଯାତ୍ରା ଲାଭଦାୟକ ହେବ। ଚାକିରିରେ ପଦୋନ୍ନତି ପାଇବେ। ସାଙ୍ଗମାନଙ୍କୁ ଭେଟିବେ।
ବୃଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଆୟ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ଖର୍ଚ୍ଚ ବଢ଼ି ପାରେ।
ମିଥୁନ: ଶିକ୍ଷାଗତ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାର୍ତ୍ତାଳାପରେ ସଂଯତ ରୁହନ୍ତୁ। ଆୟ କମ୍ ଏବଂ ଖର୍ଚ୍ଚ ଅଧିକ ହେବ।
କର୍କଟ: ପାରିବାରିକ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଆତ୍ମବିଶ୍ୱାସ ଭରପୂର ରହିବ। ବସ୍ତ୍ର ଉପହାର ମିଳି ପାରେ।
ସିଂହ: ପାରିବାରିକ ଜୀବନ ସୁଖମୟ ହେବ। ଶୈକ୍ଷିକ କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। ସ୍ୱଭାବ ଚିଡ଼ଚିଡ଼ା ରହିବ। ଚାକିରିରେ କାର୍ଯ୍ୟଭାର ବଢ଼ିବ।
କନ୍ୟା: ପରିବାରର ସମର୍ଥନ ପାଇବେ। ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି। ସାଙ୍ଗମାନଙ୍କ ସମର୍ଥନ ମିଳିବ। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହ ବଢ଼ିବ।
ତୁଳା: ଧୌର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ବାପାଙ୍କ ଠାରୁ ଟଙ୍କା ମିଳିପାରେ। ବାହାନ ସୁଖରେ ଅଭାବ ଆସିବ। ଖର୍ଚ୍ଚ ବୃଦ୍ଧି ପାଇବ।
ବିଛା: ମନ ଖୁସି ହେବ। ଘରକୁ ସାଙ୍ଗ ଆସି ପାରନ୍ତି। ପୋଷାକ ଉପରେ ଖର୍ଚ୍ଚ ବଢ଼ିବ। ଅଧିକ ଅଳସୁଆ ହେବେ। କର୍ମକ୍ଷେତ୍ରରେ ସମସ୍ୟା ଆସିବ।
ଧନୁ: ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ବନ୍ଧୁଙ୍କ ସାହାଯ୍ୟରେ ଆୟର ଉତ୍ସ ବଢ଼ି ପାରେ। ଉଚ୍ଚଶିକ୍ଷା ପାଇଁ ଅନ୍ୟ ସ୍ଥାନକୁ ଯାଇ ପାରନ୍ତି।
ମକର: ଅନାବଶ୍ୟକ କ୍ରୋଧ ଓ ବିତର୍କରୁ ଦୂରେଇ ରୁହନ୍ତୁ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ବଢ଼ି ପାରେ।
କୁମ୍ଭ: ମନ ଖୁସି ରହିବ। ଦୌଡ଼ାଦୌଡ଼ି ଅଧିକ ହେବ। ବ୍ୟବସାୟରେ ବନ୍ଧୁଙ୍କ ସହଯୋଗ ପାଇବେ। ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି।
ମୀନ: ଶିକ୍ଷାଗତ କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ସୁଖ ବଢ଼ିବ। ବସ୍ତ୍ର ପ୍ରତି ରୁଚି ବଢ଼ିବ। କଠିନ ପରିଶ୍ରମ ଅଧିକ ହେବ। ବିଦେଶ ଯାତ୍ରା କରି ପାରନ୍ତି।