ନବରଙ୍ଗପୁର, ନିପ୍ର ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ତରଫରୁ ନବରଙ୍ଗପୁର ଜିଲ୍ଲାର ସଦର ମହକୁମାଠାରେ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ୫ କୋଟି ଟଙ୍କା ମଂଜୁର ହେବା ସହ ଜିଲ୍ଲାର ୯ ଟି ବ୍ଲକରେ ୩୦ ଲକ୍ଷ ଟଙ୍କା ଲେଖାଏଁ ମଂଜୁର ହେଇଥିବା ବେଳେ ତାହାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଜନଜାତି ଙ୍କ ସଂସ୍କୃତି ଓ ଭିତ୍ତିଭୂମି ର ବିକାଶ ସକାସେ ୧୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏଥିସହ ୧୩ ଗୋଟି ଜନଜାତି ପାଇଁ ୭ କୋଟି ୭୦ ଲକ୍ଷ ଟଙ୍କା ସ୍ୱତନ୍ତ୍ର ଭାବେ ଦିଆଯାଇଛି ସଦର ମହକୁମା ରେ ଆଦିବାସୀ ସାଂସ୍କୃତିକ ଭବନ ନିର୍ମାଣ ସହ ପ୍ରତ୍ୟେକ ବ୍ଲକ ରେ ଆଦିବାସୀ ସଂଗ୍ରହାଳୟ ତିଆରି ପାଇଁ ଦିଆଯାଇଛି ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଉପଦେଷ୍ଟା ପ୍ରଦୀପ ମାଝୀ ଓ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ଆଦିବାସୀ ବିଭାଗ ଓଡ଼ିଶା ସରକାରଙ୍କ କୋରକୋମଳରେ ଉକ୍ତ ଆଦିବାସୀ ଭବନ ର ଶୁଭ ଦେବା ସହ ଭିତ୍ତ ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟରେ ଜିଲ୍ଲାର ୧୩ ଗୋଟି ବର୍ଗ ଆଦିବାସୀ ଭାଇ, ଭଉଣୀ ପାରମ୍ପରିକ ବେଶ ରେ ପ୍ରାୟ ହଜାର ରୁ ଉର୍ଦ୍ଧ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝୀ ଓ ସହର ର ଚାମୁଆରିଆଗୁଡା ଛକ ଠାରେ ଏକ ବିଶାଳ ରାଲ୍ଲୀରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ସର୍କିଟ ହାଉସ ସମ୍ମୁଖ ପଡିଆ ରେ ପହଞ୍ଚି ଥିଲେ । ସେଠାରେ ଭୂମି ପୂଜନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିସହ ସାଧାରଣ ସଭା କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ଝରିଗାଁ ବିଧାୟକ ପ୍ରକାଶ ମାଝୀ ପ୍ରମୁଖ ଯୋଗଦାନ କରିଥିଲେ । ଏସ୍.ଡ଼ିସି ର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦୀପ ନିଜର ଶକ୍ତି ପ୍ରଶ୍ନ କୁ ଏଡାଇ ଯାଇଥିଲେ । ଏଥିସହ ମନ୍ତ୍ରୀ ଓ ସାଂସଦ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମ ରେ ବିଜେଡି ର ଶକ୍ତି ପ୍ରଦର୍ଶନ ପ୍ରଶ୍ନ କୁ ଉଡାଇ ଯାଇଥିଲେ ।
June 19, 2023
0 Comment
218 Views
ନବରଙ୍ଗପୁର ଠାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗୌରବ ସମାବେଶ
ନବରଙ୍ଗପୁର, ନିପ୍ର ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଓଡ଼ିଶା ସରକାର ତରଫରୁ ନବରଙ୍ଗପୁର ଜିଲ୍ଲାର ସଦର ମହକୁମାଠାରେ ଆଦିବାସୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ୫ କୋଟି ଟଙ୍କା ମଂଜୁର ହେବା ସହ ଜିଲ୍ଲାର ୯ ଟି ବ୍ଲକରେ ୩୦ ଲକ୍ଷ ଟଙ୍କା ଲେଖାଏଁ ମଂଜୁର ହେଇଥିବା ବେଳେ ତାହାର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଜନଜାତି ଙ୍କ ସଂସ୍କୃତି ଓ ଭିତ୍ତିଭୂମି... Read More