ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ । ରାତିରେ ପ୍ରବଳ ଥଣ୍ଡାକୁ ସକାଳୁ ପ୍ରବଳ କୁହୁଡି । ରାସ୍ତାଘାଟ କିଛି ଦିଶୁନି । ଫଳରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ହେଉଛି । ରାଜ୍ୟରେ ଶୀତ ଜାରି ରହିବା ସହ ଅନେକ ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । କୋରାପୁଟ, ଦାରିଙ୍ଗବାଡି , ଜି ଉଡୟଗିରି ଓ ଫୁଲବାଣୀ ୪ ସହରରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ଘନ କୁହୁଡି ଦୃଶ୍ୟମାନ ହେବାକୁ ଥିବାବେଳେ ଆଜି ୧୦ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣି ଜାରି କରାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ସୂଚନା ପାଞ୍ଚ ଦିନ ଯାଏ ଘନ କୁହୁଡ଼ି ରହିବ । ଏହି ଶୀତୁଆ ସକାଳର ମଜା ନେଉଛିତ କିଏ ଶାରିରୀକ ବ୍ୟାୟାମ କରୁଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବ କୁହୁଡିର ପ୍ରଭାବ । ଉପକୂଳ ଓ ଉତର ଓଡ଼ିଶାର ଅଧିକାଂଶ ସ୍ଥାନରେ କୁହୁଡି ଅନୁଭୂତ ହେବ । ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଗାଡି ଚାଳକଙ୍କୁ ପରାମର୍ଶ ଦିଆଯାଇଛି । ଏହା ସହ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।
ଅନ୍ୟପଟେ ଆଜି ଓ ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ୪ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ସୁନ୍ଦରଗଡ କେନ୍ଦୁଝର ମୟୂରଭଞ୍ଜ ଓ ଝାରସୁଗୁଡା ଏହି ୪ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।