ନୂଆଦିଲ୍ଲୀ : ଆଜି ସଂସଦରେ ୨ଟି ବଡ଼ ବିଲ୍ ଉପରେ ହେବ ଆଲୋଚନା । ଜାମ୍ମୁ-କାଶ୍ମୀର ସଂରକ୍ଷଣ ବିଲ୍-୨୦୨୩ ଏବଂ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍-୨୦୨୩ ଉପରେ ଲୋକସଭାରେ ବଡ଼ ବିବୃତି ରଖିବେ ଗୃହମନ୍ତ୍ରୀ । ଜାମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଧେୟକ ୨୦୨୩କୁ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା ।
ଏହା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ର ସଂଶୋଧନ କରୁଛି । ଏହି ଅଧିନିୟମ ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସାମାଜିକ ଓ ଶୈକ୍ଷିକ ଭାବେ ପଛୁଆ ବର୍ଗର ଲୋକଙ୍କୁ ଚାକିରି ଓ ବ୍ୟାବସାୟିକ ସଂସ୍ଥାରେ ଭର୍ତ୍ତି ହେବା ପାଇଁ ସଂରକ୍ଷଣ ପ୍ରଦାନ କରେ ।