ଗ୍ୟାଙ୍ଗଟକ : ଏସ୍କେଏମ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ନେତା ପ୍ରେମ ସିଂହ ତମାଙ୍ଗ ଆସନ୍ତା ୧୦ରେ ସିକ୍କିମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ଶନିବାର ଏଠାରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ତମାଙ୍ଗ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ସିକ୍କିମ ବିଧାନସଭାର ୩୨ ଆସନ ପାଇଁ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ତମାଙ୍ଗଙ୍କ ନେତୃତ୍ବାଧୀନ ଏସ୍କେଏମ ୩୧ଟି ଆସନରେ ବିଜୟୀ ହୋଇଥିବାବେଳେ ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି। ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଏସ୍କେଏମ ରାଜ୍ୟର ଏକମାତ୍ର ଆସନ ହାତେଇଛି। କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ସମର୍ଥନ ଜଣାଇବାକୁ ଏସ୍କେଏମ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ତମାଙ୍ଗ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି।
June 9, 2024
0 Comment
110 Views
ଜୁନ୍ ୧୦ରେ ଶପଥ ନେବେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ
by Editor
ଗ୍ୟାଙ୍ଗଟକ : ଏସ୍କେଏମ (ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା) ନେତା ପ୍ରେମ ସିଂହ ତମାଙ୍ଗ ଆସନ୍ତା ୧୦ରେ ସିକ୍କିମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ଶନିବାର ଏଠାରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ତମାଙ୍ଗ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ସିକ୍କିମ ବିଧାନସଭାର ୩୨ ଆସନ ପାଇଁ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ତମାଙ୍ଗଙ୍କ ନେତୃତ୍ବାଧୀନ ଏସ୍କେଏମ ୩୧ଟି ଆସନରେ ବିଜୟୀ ହୋଇଥିବାବେଳେ ସେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ... Read More