କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ଶନିବାର ବିଷାକ୍ତ ସାପ ଚୋଟ ରେ ଆଉ ଦୁଇ ଜୀବନ ଯାଇଛି। ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହି ରେ ଶୁକ୍ରବାର ରାତି ଖାଇ ପିଇ ଶୋଇଥିବା ସମୟ ରେ ଗ୍ରାମର ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପାହାନ୍ତା ସମୟ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବାବେଳେ କିଛି ସମୟ ମଧ୍ୟରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା ଏବଂ ଗୁରୁତର ଅବସ୍ଥାରେ ସୁଖମନି ଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଙ୍କୁ ଅଣାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାରରେ ରହିଥିବା ବର୍ଷକର ଶିଶୁ କନ୍ୟା ସମେତ ୩ ଶିଶୁ ମାତୃ ଶୂନ୍ୟ ହୋଇ ଯାଇଥିବାବେଳେ ସ୍ବାମୀ ସୁରେନ ମୁଣ୍ଡା ଭାଙ୍ଗି ପଡିଛନ୍ତି। ଏହି ଘଟଣାକୁ ନେଇ ମୁରୁସୁଆଁ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ନୟାକୋଟ ପୋଲିସ ପହଁଚି ତଦନ୍ତ ଜାରୀରଖିଛି ।
September 9, 2023
0 Comment
169 Views
ସାପ କାମୁଡ଼ା ରେ ଗଲା ଆଉ ଦୁଇ ଜୀବନ ବିଷାକ୍ତ ସାପ ଚୋଟ ରେ ମା ଓ ୨ ବର୍ଷର ଶିଶୁ ମୃତ
କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଥମୁନି ସର୍ପାଘାତ ଜନିତ ମୃତ୍ୟୁ। ଶନିବାର ବିଷାକ୍ତ ସାପ ଚୋଟ ରେ ଆଉ ଦୁଇ ଜୀବନ ଯାଇଛି। ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ମୁଁରୁସଁଆ ରୁଗୁଡି ସାହି ରେ ଶୁକ୍ରବାର ରାତି ଖାଇ ପିଇ ଶୋଇଥିବା ସମୟ ରେ ଗ୍ରାମର ସୁଖମନି ମୁଣ୍ଡା ଏବଂ ତାଙ୍କର ୨ ବର୍ଷ ର ଶିଶୁ କନ୍ୟାକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପାହାନ୍ତା ସମୟ ମା ଓ ଶିଶୁ ଅସୁସ୍ଥ ହୋଇପଡ଼ିଥିବାବେଳେ କିଛି ସମୟ... Read More