ମୁମ୍ଵାଇ : କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ସେ ଖୁବ୍ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଇଣ୍ଡଷ୍ଟ୍ରିରେ ୭ ବର୍ଷ ପୂରଣ କରିଛନ୍ତି । ଏହାକୁ ନେଇ ଅଭିନେତ୍ରୀ ପୋଷ୍ଟ ମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି।
ରଶ୍ମିକା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ବେଳେବେଳେ ଟିକେ ରୁହ ଆଉ ଚିନ୍ତା କର। ଏ ସବୁ କିପରି ହେଲା, କେବେ ଘଟିଲା, କାହିଁକି ଘଟିଲା ଏବଂ ମୁଁ ବହୁତ ଖୁସି ଅଛି କି ଏସବୁ ହୋଇଛି! ସେ ଆହୁରି ଲେଖିଛନ୍ତି, ଏହା ହେଉଛି ସବୁକିଛି ଯାହା ମୁଁ ସର୍ବଦା ସ୍ବପ୍ନରେ ଦେଖିଥିଲି। ରଶ୍ମିକା ସେୟାର କରିଥିବା ଫଟୋରେ ସେ ଏକ ରାସ୍ତା ମଝିରେ ରେ ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ସେ ଏକ କଳା ଟି-ସାର୍ଟ ଏବଂ କଳା ଶାର୍ଟ ପିନ୍ଧିଛନ୍ତି । ଅଭିନେତ୍ରୀ ଏକ ସୁନ୍ଦର ବ୍ୟାକ୍ ପ୍ୟାକ୍ ଟାଙ୍ଗିବାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।