ପୁରୀ : ଆସନ୍ତାକାଲି ବୁଧବାର (ଜୁଲାଇ ୧୭)ରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ସୁନାବେଶ । ସୁନାବେଶ ପାଇଁ ପୁରୀରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯିବ । ଏନେଇ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ ଯୋଗେ ପୁରୀ ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
ପୁରୀ ଏସପି କହିଛନ୍ତି, ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିବ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ଓ ଭିଡ ନିୟନ୍ତ୍ରଣ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବ । ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମାର୍ଗ ଦେଇ ମଧ୍ୟ ଶ୍ରଦ୍ଧାଳୁ ଆସିପାରିବେ । କାକୁଡିଖାଇ, ଦୋଳମଣ୍ଡପ, ଦୋଳବେଦୀ ଛକ ପ୍ରେସର ପଏଣ୍ଟ । ସମସ୍ତ ପ୍ରେସର ପଏଣ୍ଟ ଉପରେ ନଜର ରହିବ ବୋଲି ପୁରୀ ଏସପି କହିଛନ୍ତି।