ଭୁବନେଶ୍ବର: ଜୁଲାଇ ୮ ତାରିଖରେ ଶ୍ରୀମନ୍ଦର ରତ୍ନଭଣ୍ଡାର ଖୋଲିପାରେ। ଜୁଲାଇ ୮ରୁ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବା ନେଇ ସୂଚନା ମିଳିଛି। ୨୦ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବ। ଆସନ୍ତା ୫ ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ବସିବା ନେଇ ସୂଚନା ଦିଆଯାଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଖୋଲିବା ନେଇ ବୈଠକ ବସିପାରେ ବୋଲି ଜଣାପଡ଼ିଛି।
ଜୁଲାଇ ୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ ଅରିଜିତ ପଶାୟତଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଜୁଲାଇ ୫ରୁ ୨୭ ତାରିଖ ପର୍ଯ୍ୟନ୍ତ ପୁରୀରେ ଜଷ୍ଟିସ ପଶାୟତ ରହିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି।