ନୂଆଦିଲ୍ଲୀ: ମେଡ଼ାଗାସ୍କର ରାଜଧାନୀ ଅଣ୍ଟାନାନାରିଭୋରେ ଅଘଟଣ । ଶୁକ୍ରବାର ବେରିଆ ଷ୍ଟାଡିୟମରେ ଦଳଚକଟାରେ ପ୍ରାୟ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୮୦ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଲ୍ଜିରା ମିଡିଆ ରିପୋର୍ଟ ମୁତାବକ, ଇଣ୍ଡିଆନ୍ ଓସେନ ଆଇଲାଣ୍ଡ ଗେମ୍ସ ଉଦଘାଟନୀ ସଭା ବେଳେ ଦର୍ଶକଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା । ଏହି ସଭାରେ ବେରିଆ ଷ୍ଟାଡିୟମରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ଭିଡ଼ ଭିତରେ ଲୋକମାନେ ଦୌଡ଼ା ଦୌଡି କରିଥିଲେ । ଫଳରେ ଏହି ଦଳାଚକଟାରେ ପ୍ରାୟ ୧୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮୦ଜଣ ଆହତ ହୋଇଛନ୍ତି । ସେହିପରି ୧୧ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମେଡ଼ାଗାସ୍କର ରାଷ୍ଟ୍ରପତି ଏଣ୍ଟି ରାଜୋଏଲିନା ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି । ଏହା ସହିତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଷ୍ଟାଡିୟମ ପ୍ରବେଶ ଦ୍ବାରରେ ଦଳାଚକଟା ହୋଇଥିଲା ବୋଲି କହିଛନ୍ତି ।
ସେହିପରି ୨୦୧୯ରେ ମହାମସିନା ଷ୍ଟାଡିୟମରେ ଏଭଳି ଘଟଣା ଘଟିଥିଲା । ଏଥିରେ ପ୍ରାୟ ୧୫ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାଛଡ଼ା ୧୯୭୭ରେ ଭାରତ ମହାସାଗର ଦ୍ବୀପଦେଶ ଖେଳ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ କମିଟି ଦ୍ବାରା ଏହାକୁ ଆରମ୍ଭ କରାଯାଇଥିଲା । ଏହି ଖେଳରେ ମୋରିସସ୍, ସେଶେଲ୍ସ, କୋମୋରିସ୍, ମେଡାଗସ୍କର, ମୈୟାଟ୍, ରିୟୁନିୟନ ଏବଂ ମାଳଦ୍ବୀବର ଖେଳାଳି ସାମିଲ ହୋଇଯାନ୍ତି ।