ଭୁବନେଶ୍ୱର : ଏଣିକି ସବୁ ବଡ଼ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ ଲାଗିବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଗାଡିର ଅବସ୍ଥିତି ନେଇ ଟ୍ରାକିଂ ଡିଭାଇସ ସୂଚନା ଦେବ। କେବଳ ସେତିକି ନୁହେଁ ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। ଭୁବନେଶ୍ୱରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଅସୁବିଧା ହେଲେ ଯାତ୍ରୀ ପାନିକ୍ ବଟନ୍ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍କୁ ଜଣାପଡିଯିବ।
୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ପାଇଁ ଏସବୁ ଡିଭାଇସ୍ ଲଗାଇବାକୁ ଡେଡ୍ଲାଇନ୍ ଧାର୍ଯ୍ୟ କରାଯାଇଛି। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ୍ ଲଗାଇବାକୁ ଚାଳକ ବାଧ୍ୟ ବୋଲି ଜାରି ବିଜ୍ଞପ୍ତିରେ କୁହାଯାଇଛି।

September 22, 2022
0 Comment
282 Views
ରାଜ୍ୟ ପରିବହନ ବିଭାଗର ବିଜ୍ଞପ୍ତି: ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ
ଭୁବନେଶ୍ୱର : ଏଣିକି ସବୁ ବଡ଼ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ୍ ଓ ପାନିକ୍ ବଟନ ଲାଗିବ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ଗାଡିର ଅବସ୍ଥିତି ନେଇ ଟ୍ରାକିଂ ଡିଭାଇସ ସୂଚନା ଦେବ। କେବଳ ସେତିକି ନୁହେଁ ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ। ଭୁବନେଶ୍ୱରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଅସୁବିଧା... Read More