ମେଷ: ଆତ୍ମବିଶ୍ୱାସ ବଢ଼ିବ। ବାଣୀରେ ମଧୁରତା ରହିବ। ଚାକିରିରେ ପରିବର୍ତ୍ତନ ଯୋଗ ରହିଛି। ଆୟ ବଢ଼ିବ। ପ୍ରଗତିର ରାସ୍ତା ଖୋଲିବ।
ବୃଷ: ବସ୍ତ୍ର ଉପହାର ମିଳିପାରେ। ଆତ୍ମବିଶ୍ୱାସ ଭରପୂର ରହିବ। କୌଣସି ସାଙ୍ଗ ଆସିପାରନ୍ତି। ଆତ୍ମସଂଯତ ରୁହନ୍ତୁ। ସାଙ୍ଗଙ୍କ ସମର୍ଥନ ପାଇବେ।
ମିଥୁନ: ମନ ଅଶାନ୍ତ ରହିବ। ଧୌର୍ଯ୍ୟ କମିବ। ପରିବାର ସହିତ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ। ଖର୍ଚ୍ଚ ବଢ଼ିପାରେ।
କର୍କଟ: ମନରେ ଆଶା ଓ ନିରାଶାର ଭାବ ରହିବ। ଆତ୍ମବିଶ୍ୱାସ ବଢ଼ିବ। ପୁରୁଣା ସାଙ୍ଗଙ୍କୁ ଭେଟିପାରନ୍ତି। ସୁସ୍ୱାଦୁ ଖାଦ୍ୟ ପ୍ରତି ଆଗ୍ରହୀ ହେବେ।
ସିଂହ: ଭବନ ସୁଖ ବଢ଼ିବ। ପରିବାରରେ ସୁଖ, ଶାନ୍ତି ରହିବ। ପାରିବାରିକ ଦାୟିତ୍ୱ ବଢ଼ିପାରେ। ଚାକିରିରେ ସ୍ଥାନ ପରିବର୍ତ୍ତନ ହୋଇପାରେ।
କନ୍ୟା: ଚାକିରିରେ ପଦୋନ୍ନତି ପାଇବେ। ମାନ ସମ୍ମାନ ବୃଦ୍ଧି ପାଇବ। ପରିଶ୍ରମ ଅଧିକ କରିବେ। ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ।
ତୁଳା: ମନ ଅଶାନ୍ତ ରହିବ। ବ୍ୟବସାୟରେ ପରିବର୍ତ୍ତନର ସମ୍ଭାବନା ରହିଛି। କୌଣସି ବନ୍ଧୁଙ୍କଠାରୁ ସାହାଯ୍ୟ ମିଳିପାରେ। ଧୌର୍ଯ୍ୟହରା ହେବେ।
ବିଛା: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ସନ୍ତାନ ସୁଖ ବଢ଼ିବ। ପୁରୁଣା ସାଙ୍ଗଙ୍କୁ ଭେଟିବେ। ବସ୍ତ୍ର କିଣାକିଣି କରିବେ। ବ୍ୟବସାୟ ବିସ୍ତାର ହୋଇପାରେ।
ଧନୁ: ମାନସିକ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଚାକିରିର ସୁଯୋଗ ମିଳିପାରେ। ଆୟ ବଢ଼ିବ। ଭାଇମାନଙ୍କ ସମର୍ଥନ ପାଇବେ।
ମକର: ପରିବାର ଓ ସାଙ୍ଗମାନଙ୍କ ସମର୍ଥନ ମିଳିବ। ଆତ୍ମବିଶ୍ୱାସ ଭରପୂର ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଖୁସି ଖବର ମିଳିବ।
କୁମ୍ଭ: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କର୍ମକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଅଯଥା ଝଗଡ଼ା ଏବଂ ବିବାଦରୁ ଦୂରରେ ରୁହନ୍ତୁ।
ମୀନ: ପଠନରେ ରୁଚି ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ସୁଖଦ ପରିଣାମ ମିଳିବ। ପୈତୃକ ସମ୍ପତ୍ତିରୁ ଧନ ମିଳିବ। କଠିନ ପରିଶ୍ରମ ଅଧିକ ହେବ।