ନୂଆଦିଲ୍ଲୀ: ବିଶ୍ୱର ନମ୍ବର ୱାନ୍ ଅନ୍ତର୍ଜାତୀୟ ଟି-୨୦ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ପୁଣିଥରେ ହୋଇପାରନ୍ତି ପରୁଷ ବର୍ଗରେ ଆଇସିସି କ୍ରିକେଟର ଅଫ୍ ଦ ଇୟର। ଆଇସିସି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍ ଅଫ୍ ଦ ଇଅର ୨୦୨୩ ପୁରସ୍କାର ପାଇଁ ତାଙ୍କୁ ନାମାଙ୍କିତ କରାଯାଇଛି। ଏହି ତାଲିକାରେ ନାମାଙ୍କିତ ହୋଇଥିବା ଅନ୍ୟ ୩ ବ୍ୟାଟର ହେଲେ ଜିମ୍ବାୱେର ସିକନ୍ଦର ରାଜା, ଉଗାଣଅଡାର ଅଳ୍ପେଶ ରାମଜାନୀ ଓ ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ୍। ଏହା ପୂର୍ବରୁ ଗତବର୍ଷ ସୂର୍ଯ୍ୟକୁମାର ଯାଦବ ଏହି ଏହି ପୁରସ୍କାର ହାତେଇଥିଲେ।
ସୂର୍ଯ୍ୟକୁମାର ଯାଦବ ୨୦୨୩ରେ କ୍ରିକେଟର ଏହି ଶର୍ଟ ଫାର୍ମାଟ୍ ଖେଳରି ନିଜର ପ୍ରଭାବ ବିସ୍ତାର କରିଥିଲେ। ଗତ ବର୍ଷ ସେ ହାରାହାରି ୪୮.୮୬ ଏବଂ ଷ୍ଟ୍ରାଇକ୍ ହାର ୧୫୫.୯୫ରେ ୧୭ଟି ଇନିଂସ ଖେଳି ୭୩୩ ରନ୍ ସଂଗ୍ରହ କରିଛନ୍ତି। ୨୦୨୩ରେ ସୂର୍ଯ୍ୟକୁମାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପ୍ରଥମ ଟି-୨୦ ଖେଳିଥିଲେ ବି ମାତ୍ର ୭ ରନ୍ କରିଥିଲେ। କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ୫୧ (୩୬ ବଲ) ଏବଂ ୧୧୨ ରନ (୫୧ ବଲ) ର ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ଫର୍ମାଟ୍ରେ ମାତ୍ର ୫୧ ବଲ୍ରେ ଦ୍ରୁତ ଶତକ ହାସଲ କରିବାରେ ସୂର୍ଯ୍ୟକୁମାର ଦ୍ୱିତୀୟ ଭାରତୀୟ ବ୍ୟାଟର ହୋଇଥିଲେ। ଏହା ପୂର୍ବରୁ ୨୦୧୭ରେ ରୋହିତ ଶର୍ମା ମାତ୍ର ୩୫ ବଲ୍ରେ ଏହି ସଫଳତା ହାସଲ କରିଥିଲେ।
ସେହିପରି ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ବି ଭଲ ଖେଳ ପ୍ରଦର୍ଶନ କରିଥିଲେ ସୂର୍ଯ୍ୟ କୁମାର। କ୍ୟାପ୍ଟେନ୍ ହୋଇ ଦାୟିତ୍ୱ ସମ୍ଭାଳିବା ସହ ସିରିଜ୍ ବି ଜିତାଇଥିଲେ। ମୁମ୍ବାଇର ୱାଙ୍ଖଡ଼ରେ ଅଷ୍ଟ୍ରେଲିଆ ବିପକ୍ଷରେ ୪୨ ବଲ୍ରେ ୮୦ ରନ୍, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୬ ବଲ୍ରେ ୫୬ ରନ୍ କରିଥିଲେ। ସେହିପରି ଗତବର୍ଷ ଶେଷରେ ଜୋହାନସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୂର୍ଯ୍ୟକୁମାର ୫୬ ବଲ୍ରେ ଶତକ ହାସଲ କରିଥିଲେ।