ଭୁବନେଶ୍ବର : ରାଜଧାନୀରେ ବାର ଡ୍ରାନ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରେ ରକ୍ତାକ୍ତ ଅବସ୍ଥାରେ ପଡିଛି ମୃତଦେହ । ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଘଟିଛି ଅଭାବନୀୟ ଅଘଟଣ। ମୃତ ଯୁବତୀଙ୍କ ଛଦ୍ମନାମ ଚାରୁ । ଘର ଚଣ୍ଡୀଗଡ଼ । କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ ଉକ୍ତ ଯୁବତୀ ଜଣଙ୍କ ।
ବିଲ୍ଡିଂ ଭିତରେ ୨୫ ଜଣ ଯୁବତୀ ରହୁଥିବା ଜଣାପଡିଛି। ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ଆତ୍ମହତ୍ୟା ମାମଲା ରୁଜୁ କରାଯାଇଛି। ଟେଲିଫୋନ, ସୋସିଆଲ ମିଡିଆ ମେସେଜ ଯାଞ୍ଚ କରୁଛି ପୁଲିସ।