ମୁମ୍ଵାଇ : ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସ୍ୱରା ଭାସ୍କର। ୩ ମାସ ପୂର୍ବରୁ ସମାଜବାଦି ପାର୍ଟିର ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଥିଲେ। ବିବାହକୁ ନେଇ ସେ ଖୁବ୍ ଟ୍ରୋଲ ମଧ୍ୟ ହୋଇଥିଲେ। ଏବେ ବିବାହର ତିନିମାସ ପରେ, ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ଯାହାକୁ ନେଇ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଇଣ୍ଟରନେଟରେ ନିଜର ପ୍ରେଗନେନ୍ସିକୁ ନେଇ କନଫର୍ମ କରିଛନ୍ତି।
ସ୍ୱରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଫହାଦ୍ ଅହମ୍ମଦଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ, ଉଭୟଙ୍କୁ ଏକ ରୋମାଣ୍ଟିକ୍ ଢଙ୍ଗରେ ଗର୍ଭବତୀ ଥିବାର କନଫର୍ମ କରୁଥିବା ଦେଖିବାକୁ ମିଳିଛି। ସ୍ୱରା ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିଥିବା ବେଳେ କ୍ୟାପସନରେ ଲେଖିଛନ୍ତି, ‘ବେଳେବେଳେ ତୁମର ସମସ୍ତ ପ୍ରାର୍ଥନାର ଉତ୍ତର ଏକା ସାଙ୍ଗରେ ଉତ୍ତର ଦିଆଯାଏ! ଆମେ ଏକ ନୂତନ ଦୁନିଆରେ ପାଦ ଦେବାବେଳେ ଆଶୀର୍ବାଦ, କୃତଜ୍ଞ, ଉତ୍ସାହିତ ଅଛୁ ‘। ଏହା ସହ ତାଙ୍କ ବେବି ବମ୍ପ ଦେଖାଉଥିବାର ନଜର ଆସିଛନ୍ତି ।