ବ୍ରିସବେନ : ଚଳିତ ଟି-୨୦ ବିଶ୍ୱକପରେ ଆଜି ଆୟର୍ଲ୍ୟାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ। ପୂର୍ବରୁ ଦଳ ଶ୍ରୀଲଙ୍କାକୁ ହରାଇଥିଲା। ଆଜିର ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ଏଯାଏ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ସେହିପରି ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚି ଯାଇଛି। ସେହିପରି ଦଳ ତାର ଶେଷ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ। ତେଣୁ ସେମି ଫାଇନାଲ ଖେଳିବା ପାଇଁ ଅଷ୍ଟ୍ରେଲିଆ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ସେହିପରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ଓ ତୃତୀୟ ସ୍ଥାନରେ ଇଂଲଣ୍ଡ ରହିଛି। ଇଂଲଣ୍ଡ ପାଖରେ ୨ଟି ମ୍ୟାଚ ରହିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଖେଳିବ। ତେଣୁ ଗ୍ରୁପ-୧ରୁ କେଉଁ ଦୁଇ ଦଳ ସେମି ଫାଇନାଲକୁ ଯାଉଛନ୍ତି, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି।
October 31, 2022
0 Comment
171 Views
ଟି-୨୦ ବିଶ୍ୱକପ : ୪୨ ରନରେ ଜିତିଲା, ପଏଣ୍ଟ ଟେବୁଲର ଦ୍ୱିତୀୟକୁ ଉଠିଲା ଅଷ୍ଟ୍ରେଲିଆ
by Editor 02
ବ୍ରିସବେନ : ଚଳିତ ଟି-୨୦ ବିଶ୍ୱକପରେ ଆଜି ଆୟର୍ଲ୍ୟାଣ୍ଡକୁ ୪୨ ରନରେ ହରାଇଲା ଅଷ୍ଟ୍ରେଲିଆ। ପୂର୍ବରୁ ଦଳ ଶ୍ରୀଲଙ୍କାକୁ ହରାଇଥିଲା। ଆଜିର ବିଜୟ ସହ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଅଷ୍ଟ୍ରେଲିଆ ଏଯାଏ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୨ଟିରେ ଜିତିଛି ଓ ଗୋଟିଏରେ ହାରିଛି। ସେହିପରି ବର୍ଷା ଯୋଗୁ ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା। ଫଳରେ ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୫ରେ ପହଞ୍ଚି ଯାଇଛି। ସେହିପରି ଦଳ ତାର ଶେଷ ମ୍ୟାଚ୍ରେ ଆଫଗାନିସ୍ତାନକୁ... Read More