କେନ୍ଦୁଝର, ଡିସେମ୍ବର ୧୨,୨୦୨୩ ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ପକ୍ଷରୁ ମଙ୍ଗଳବାର ୪୧ ତମ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି । ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍ଟି (ଡି ଜି ଏମ୍ ଏସ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ସୁରକ୍ଷା ସମ୍ବନ୍ଧୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଭାରେ ରାମ ଶଙ୍କର ଶର୍ମା, ଏ ଭି ପି, ମାଇନିଂ ଅପରେସନ, ନାରାୟଣପୋଷି ଖଣି (ଜେ ଏସ୍ ଡବ୍ଲ୍ଯୁ), ସତ୍ୟକାମ ଦାସ, ଡି ଜି ଏମ, ଠାକୁରାଣୀ ଖଣି ( ଆର୍ସେଲର ମିତ୍ତଲ ନିପନ ଷ୍ଟିଲ), ସୁଭାସ ଦାସ, ଡି ଜି ଏମ, କାସିଆ ଖଣି, ବିଜୟ ସେଠୀ, ମ୍ୟାନେଜର ,କୁର୍ମିତାର ଖଣି, ଅତୁଲ କୁମାର ଭଟନାଗର, ଜେନେରାଲ ମ୍ୟାନେଜର (ଓ ଏମ୍ କ୍ୟୁ), ରାଜେଶ କୁମାର, ଚିଫ, ଯୋଡା, ଟାଟା ଷ୍ଟିଲ, ବ୍ରଜ ବିନୋଦ କୁମାର, ହେଡ୍, ଯୋଡା ଇଷ୍ଟ ଖଣି, ଟାଟା ଷ୍ଟିଲ ଓ କମ୍ପାନୀ ର ଅନ୍ୟାନ୍ୟ କର୍ମଚାରୀମାନଙ୍କ ସହ ଯାନ୍ତ୍ରିକ ସେବା ପ୍ରଦାନକାରୀ ସଂସ୍ଥା ଙ୍କର ପ୍ରତିନିଧି ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସଂଯୋଜକ ଭାବରେ ନିଜ ର ବକ୍ତବ୍ୟ ଉପସ୍ଥାପନ କରି ରାମ ଶଙ୍କର ଶର୍ମା, ଉପସ୍ଥିତ ଶ୍ରୋତାମାନଙ୍କୁ ଖଣି ର ଉତ୍ତୋଳନ ଠାରୁ ଆରମ୍ଭ କରି ବ୍ୟବହାରଯୋଗୀ ବସ୍ତୁର ଉତ୍ପାଦନ ପର୍ଯ୍ୟନ୍ତ ପରିବେଶୀୟ ସନ୍ତୁଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପୂର୍ବରୁ ନିରୀକ୍ଷଣକାରୀ ଦଳ ଯୋଡା ଇଷ୍ଟ ଲୌହ ଖଣି ର ପ୍ରମୁଖ ସ୍ଥାନ ପରିଦର୍ଶନ କରି ଟାଟା ଷ୍ଟିଲ ଦ୍ଵାରା ପରିବେଶ ଓ ଖଣି ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ସବୁ ବୁଲି ଦେଖିଥିଲେ । ବିଶେଷକରି ଫ୍ଲଇଟ ମ୍ୟାନେଜମେଣ୍ଟ ସିଷ୍ଟମ, ପେସ୍ଟ ଥିକେନର ଇତ୍ୟାଦି ସ୍ଥାନ ଗୁଡିକ ବୁଲି କମ୍ପାନୀ ର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ପ୍ରତି ଥିବା ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ । ପ୍ରଚାର ଓ ପ୍ରସାର ଭିତ୍ତିକ ପ୍ରଦର୍ଶନୀ ରେ ସେମାନେ ଯାନ୍ତ୍ରିକ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ପରିବେଶ ଓ ଖଣି ସୁରକ୍ଷା ସମ୍ପର୍କିତ ମଡେଲ ପରିଦର୍ଶନ କରି ଖଣି ରେ ବ୍ୟବହୃତ ଡ୍ରନ ସର୍ଭେ, ରିମୋଟ୍
ଡ୍ରିଲିଙ୍ଗ, ଡ୍ରାଇଭିଂ ସୁରକ୍ଷା, ଭଳି ବିଭିନ୍ନ ଯନ୍ତ୍ର ସବୁକୁ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଖଣି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଓ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା । ସଭା ଶେଷରେ ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
December 12, 2023
0 Comment
201 Views
ଟାଟା ଷ୍ଟିଲ ଯୋଡା ଇଷ୍ଟ ଖଣି ପକ୍ଷରୁ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ
କେନ୍ଦୁଝର, ଡିସେମ୍ବର ୧୨,୨୦୨୩ ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ପକ୍ଷରୁ ମଙ୍ଗଳବାର ୪୧ ତମ ‘ଖଣି ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି । ଡାଇରେକ୍ଟର ଜେନେରାଲ ଅଫ ମାଇନ୍ସ ସେଫ୍ଟି (ଡି ଜି ଏମ୍ ଏସ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ସୁରକ୍ଷା ସମ୍ବନ୍ଧୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଭାରେ ରାମ ଶଙ୍କର ଶର୍ମା, ଏ... Read More