ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ। ବିଜେପି ମିଶନ ୨୦୨୪ କିଭଳି ସଫଳ ହେବ ସେ ନେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ଗସ୍ତ ସମୟରେ ଶ୍ରୀ ନଡ୍ଡା ଦଳର ସଂଗଠନର ଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ଦଳର ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।
ଜେ ପି ନଡ୍ଡାଙ୍କ ଗସ୍ତ ସମୟର କାର୍ଯ୍ୟକ୍ରମ ନେଇ ଆଜି ବୈଠକରେ ଆଲୋଚନା ହୋଇଛି ବୋଲି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୁଥସ୍ତରୀୟ ଅଭିଯାନ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛ। ରାଜ୍ୟର ୩୭ ହଜାର ବୁଥରେ ରାଜ୍ୟ ବିଜେପି ପହଞ୍ଚିବ। ସରକାରଙ୍କ କଥା ଗାଁରେ ପହଞ୍ଚାଇବ ବିଜେପି ରାଜ୍ୟ ସରକାରଙ୍କ ବିଫଳତା କଥା କହିବ ବିଜେପି।

September 6, 2022
0 Comment
314 Views
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ଓଡ଼ିଶାରେ ରହି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିବେ। ବିଜେପି ମିଶନ ୨୦୨୪ କିଭଳି ସଫଳ ହେବ ସେ ନେଇ କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ଗସ୍ତ ସମୟରେ ଶ୍ରୀ ନଡ୍ଡା ଦଳର ସଂଗଠନର ଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ଦଳର ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ... Read More