ରାଉରକେଲା : ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜର ମୋତିଲାଲ ପାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୋତିଲାଲ ବରସୁଆଁ ନିକଟରେ ଥିବା ଜିନ୍ଦଲ ଗେଷ୍ଟ ହାଉସରେ କିଛି ଦିନ ହେବ ରହୁଥିଲେ। ଜିନ୍ଦଲ କମ୍ପାନୀର ଏକ ବ୍ରାଞ୍ଚ ଟେନସାରେ ରହିଛି। ସେ ଏହି ଗେଷ୍ଟ ହାଉସରେ ରହି ଅଫିସ ଯିବା ଆସିବା କରୁଥିଲେ। ଆଜି ସକାଳେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲା ଗେଷ୍ଟ ହାଉସର ୱେଟର । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
November 7, 2022
0 Comment
174 Views
ଜିନ୍ଦଲ ଲଜିଷ୍ଟିକାଲ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର
ରାଉରକେଲା : ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ବରସୁଆଁ ନିକଟ ଜିନ୍ଦଲ ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜର ମୋତିଲାଲ ପାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୋତିଲାଲ ବରସୁଆଁ ନିକଟରେ ଥିବା ଜିନ୍ଦଲ ଗେଷ୍ଟ ହାଉସରେ କିଛି ଦିନ ହେବ ରହୁଥିଲେ। ଜିନ୍ଦଲ କମ୍ପାନୀର ଏକ ବ୍ରାଞ୍ଚ ଟେନସାରେ ରହିଛି। ସେ ଏହି ଗେଷ୍ଟ ହାଉସରେ ରହି ଅଫିସ ଯିବା ଆସିବା କରୁଥିଲେ। ଆଜି ସକାଳେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲା ଗେଷ୍ଟ ହାଉସର... Read More