ବ୍ରହ୍ମପୁର – ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ର ସୁପର ସ୍ପେସିଆଲିଟି ବ୍ଲକରେ ଆଜି ପୁଣି ଛାତରୁ ସିଲିଂ ଖସିଛି । ଗତକାଲି ମଧ୍ୟ ସିଲିଂ ଖସିଥିଲା । ଆଜି ପୁଣି ସୁପର ସ୍ପେସିଆଲିଟି ୩ ନମ୍ବର କୋଠାରୁ ସିଲିଂ ଖସିଥିବାର ଖବର ମିଳିଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଯୋଗୁ ରୋଗୀ ଓ ସେମାନଙ୍କ ସଂପର୍କୀୟ ଚିନ୍ତାରେ ରହିଛନ୍ତି। କିଛି ଦିନ ତଳେ ଏହି କୋଠାରେ ନିଆଁ ଲାଗି ଯାଇଥିଲା।
ଗତକାଲି ଭୋରରେ ବ୍ଲକର ପଞ୍ଚମ ମହଲା ଛାତରୁ ସିଲିଂ ଖସିଥିଲା। ଏହି ଘଟଣାରେ କେହି ଆହତ ହୋଇ ନଥିଲେ ସୁଦ୍ଧା ରୋଗୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ଏମକେସିଜି ପରିସରରେ ପ୍ରାୟ ୧୫୦କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ସୁପର ସ୍ପେସିଆଲିଟି ବ୍ଲକ୍ ନିର୍ମାଣ କରାଯାଇଛି। ସେଠାରେ ସମସ୍ତ ସୁପର ସ୍ପେଶାଲିଟି ବିଭାଗ କାର୍ଯ୍ୟକ୍ଷମ ରହିଛି। କୋଠାର ପଞ୍ଚମ ମହଲାରେ ଓଟି କମ୍ପ୍ଲେକ୍ସ ରହିଛି। ଗତ ୨୬ ତାରିଖରେ ଓଟି କମ୍ପ୍ଲେକ୍ସର ୟୁରୋଲୋଜି ବିଭାଗ ଓଟିରେ ସର୍ଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ, ବିଦ୍ୟୁତ ସରଞ୍ଜାମ ପୋଡ଼ି ଯାଇଥିବା ବେଳେ ଓଟିର ବିଭିନ୍ନ ପ୍ରକାର ଯନ୍ତ୍ରପାତି ମଧ୍ୟ ନିଆଁ ଲାଗି ନଷ୍ଟ ହୋଇ ଯାଇଥିଲା। ଏହି ଘଟଣାରେ ରୋଗୀ ଅଳ୍ପକେ ରକ୍ଷା ପାଇଯାଇଥିଲେ। ସେହିଦିନଠାରୁ ମରାମତି ପାଇଁ ଓଟି କମ୍ପ୍ଲେକ୍ସ ବନ୍ଦ ରହିଥିବା ବେଳେ ଗତକାଲି ଭୋରରେ ଛାତର ସିଲିଂ ଖସି ପଡ଼ିଥିଲା।

September 9, 2022
0 Comment
293 Views
ଏମକେସିଜି ସୁପର ସ୍ପେଶାଲିଟି ବ୍ଲକରେ ଆଜି ବି ଛାତରୁ ଖସିଲା ସିଲିଂ
ବ୍ରହ୍ମପୁର – ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ର ସୁପର ସ୍ପେସିଆଲିଟି ବ୍ଲକରେ ଆଜି ପୁଣି ଛାତରୁ ସିଲିଂ ଖସିଛି । ଗତକାଲି ମଧ୍ୟ ସିଲିଂ ଖସିଥିଲା । ଆଜି ପୁଣି ସୁପର ସ୍ପେସିଆଲିଟି ୩ ନମ୍ବର କୋଠାରୁ ସିଲିଂ ଖସିଥିବାର ଖବର ମିଳିଛି। ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଯୋଗୁ ରୋଗୀ ଓ ସେମାନଙ୍କ ସଂପର୍କୀୟ ଚିନ୍ତାରେ ରହିଛନ୍ତି। କିଛି ଦିନ ତଳେ ଏହି କୋଠାରେ ନିଆଁ ଲାଗି ଯାଇଥିଲା। ଗତକାଲି ଭୋରରେ ବ୍ଲକର... Read More