ନୂଆଦିଲ୍ଲୀ : ତୁର୍କୀ ଓ ସିରିୟାରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ଯାନ୍ତି ମୃତ୍ୟୁସଂଖ୍ୟା ୧୨ ହଜାର ଟପିଲା। ଭୂମିକମ୍ପ ଭଗ୍ନାବଶେଷ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି।
ତୁର୍କୀ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିଚାଳନା ପ୍ରେସିଡେନ୍ସି (ଏଏଫ୍ଏଡି)ର କହିବା ଅନୁଯାୟୀ ଦେଶରେ ମୃତ୍ୟୁସଂଖ୍ୟା ୯ହଜାର ଅତିକ୍ରମ କରିଥିବାବେଳେ ୪୦,୯୧୦ଜଣ ଆହତ ହୋଇଛନ୍ତି। ଭୂମିକମ୍ପରେ ୮କୋଟି ୫୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
ସେହିପରି ସିରିୟା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭୂକମ୍ପ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୧୦ହଜାର ଆହତ ହୋଇଛନ୍ତି। ପ୍ରାୟ ୩ଲକ୍ଷ ଲୋକ ବାସହରା ହୋଇଛନ୍ତି। ବାସହରା ଲୋକଙ୍କୁ ୧୮୦ଟି ରିଲିଫ ଶିବିରରେ ରଖାଯାଇଛି।